ETV Bharat / bharat

କୋରୋନା ଲଢେଇ: କେନ୍ଦ୍ର ମନ୍ତ୍ରୀଙ୍କ ଝିଅ ଘରେ ତିଆରି କରୁଛନ୍ତି ଖଦି ମାସ୍କ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କର ଝିଅ ଆରୁଷୀ ନିଶଙ୍କ କୋରୋନା ଭାଇରସ ପ୍ରତିହତ ପାଇଁ ଲାଗୁ ହୋଇଥିବା ଲକଡାଉନର ସମୟ ସଦୁପଯୋଗ କରି ଘରେ ତିଆରି କରୁଛନ୍ତି ଖଦି ମାସ୍କ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 9, 2020, 8:50 PM IST

ନୂଆଦିଲ୍ଲୀ: କୋରୋନା ବିପକ୍ଷ ଲଢେଇରେ ଦେଶବାସୀ ଏକଜୁଟ ହେଉଛନ୍ତି । ନିଜ ନିଜ ଉପାୟରେ ସହାୟତା କରୁଛନ୍ତି । ଏପରିସ୍ଥଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ କୋରୋନା ଭାଇରସ ପ୍ରତିହତ ପାଇଁ ଲାଗୁ ହୋଇଥିବା ଲକଡାଉନ ସମୟକୁ ସଦୁପଯୋଗ କରିଛନ୍ତି । ସେ ଘରେ ଖଦି ମାସ୍କ ତିଆରି କରୁଛନ୍ତି ।

ନିଜ ଝିଅ ଆରୁଷୀ ନିଶଙ୍କ କିପରି ସମୟ ବିତାଉଛନ୍ତି ସେ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ନିଶାଙ୍କ କହିଛନ୍ତି ଯେ, ଝିଅ ଆରୁଷୀ ଘରେ ଖଦି ମାସ୍କ ତିଆରି କରି ନିଜ କର୍ମଚାରୀଙ୍କ ନିକଟରେ ବାଣ୍ଟୁଥିବାରୁ ମୁଁ ବହୁତ ଖୁସି ଅଟେ । କୋରୋନା ଜୀବାଣୁକୁ ଏଡ଼ାଇବା ପାଇଁ ସେମାନଙ୍କୁ ସତର୍କ କରାଉଥିବା ସେ କହିଛନ୍ତି ।

ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଡାକ୍ତର ଶୈଲଜା ବୈଦ ଗୁପ୍ତାଙ୍କ କୋରୋନା ଭାଇରସ୍ ଉପରେ ଏକ ମାନୁଆଲରେ କୁହାଯାଇଛି ଯେ ଯଦି ଦେଶର 50 ପ୍ରତିଶତ ଜନସଂଖ୍ୟା ମାସ୍କ ପିନ୍ଧନ୍ତି, ତେବେ କେବଳ 50 ପ୍ରତିଶତ ଜନସଂଖ୍ୟା କୋରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା ରହିପାରେ । ଯଦି ଜନସଂଖ୍ୟାର 80 ପ୍ରତିଶତ ମାସ୍କ ପିନ୍ଧନ୍ତି, ତୁରନ୍ତ ପ୍ରଭାବ ସହିତ ମହାମାରୀ ବନ୍ଦ ହୋଇପାରିବ ।

ଆରୁଷୀ ନିଶଙ୍କ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, ପରିବେଶବିତ୍, ଚଳଚ୍ଚିତ୍ର ନିର୍ମାତା ଏବଂ ସାମାଜିକ କର୍ମୀ । ଯିଏ ଏବେ ଲକଡାଉନ ଯୋଗୁଁ ଘରେ ରହି ଖଦି ମାସ୍କ ପ୍ରସ୍ତୁତ କରିବା ସହ ଏହାକୁ ବଣ୍ଟନ କରୁଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.