ETV Bharat / bharat

କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲ ଗୁଜ୍ଜର କୋରୋନା ଆକ୍ରାନ୍ତ - କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜର

ଦେଶରେ କୋରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜର କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍ ପରୀକ୍ଷଣ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲ ଗୁର୍ଜର ହେଲେ କୋରୋନା ଆକ୍ରାନ୍ତ

author img

By

Published : Aug 27, 2020, 3:52 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ କୃଷ୍ଣପାଲ ଗୁଜ୍ଜର କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ଘନିଷ୍ଠ ସମ୍ପର୍କୀୟଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ କୋଭିଡ୍ ପରୀକ୍ଷଣ କରିବାକୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସେ କୋରୋନା ଟେଷ୍ଟ୍ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ଏବେ ଚିକିତ୍ସା ଚାଲିବ।

ଗୁଜ୍ଜରଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ଆୟୁ​‌ଷ ମନ୍ତ୍ରୀ ଶ୍ରୀପଦ ନାଇକ,କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ କୈଳାଶ ଚୌଧୁରୀ କରୋନାରେ ସଂକ୍ରମିତ ହୋଇଥିଲେ । ଏହା ବ୍ୟତୀତ ଉତ୍ତରପ୍ରଦେଶର କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ କମଲ ରାନୀ ବରୁଣଙ୍କ କୋରୋନା ସଂକ୍ରମଣ ଯୋଗୁଁ ପରଲୋକ ହୋଇଥିଲା।

ଗତ 24 ଘଣ୍ଟା ମଧ୍ୟରେ 75,760 ନୂତନ ମାମଲା ରେକର୍ଡ ହୋଇଥିବା ବେଳେ ଗୁରୁବାର ଦିନ ଭାରତର କୋରୋନା 33 ଲକ୍ଷ ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MOHFW) ସୂତ୍ରରୁ ପ୍ରକାଶ। 1,023 ନୂତନ ମୃତ୍ୟୁ ସହିତ, ସମୁଦାୟ ମୃତ୍ୟୁସଂଖ୍ୟା 60,472 ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.