ETV Bharat / bharat

'ଅଡିଓରେ ମୋ ଭଏସ୍ ନାହିଁ, ତଦନ୍ତ ପାଇଁ ମୁଁ ପ୍ରସ୍ତୁତ' - ରାଜସ୍ଥାନର ରାଜନୈତିକ ସଙ୍କଟ

ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ମୋ ସ୍ବର ନାହିଁ । ଏହି ଅଡିଓ ସମ୍ପୁର୍ଣ୍ଣ ଭାବରେ ଫେକ୍‌ ଅଟେ । ମୁଁ କୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ
author img

By

Published : Jul 17, 2020, 1:04 PM IST

ଜୟପୁର: ରାଜସ୍ଥାନରେ ଗେହଲଟ ସରକାର ଭଙ୍ଗିବାର ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । କଂଗ୍ରେସ ପକ୍ଷରୁ ଜାରି ଅଡିଓ କ୍ଲିପରେ ମୋ ସ୍ବର ନାହିଁ । ମୁଁ କୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ମୋ ସ୍ବର ନାହିଁ । ଏହି ଅଡିଓ ସମ୍ପୂର୍ଣ୍ଣ ଭାବରେ ଫେକ୍‌ ଅଟେ । ମୁଁ ମାରୱାଡି ଭାଷା କୁହେ କିନ୍ତୁ ଏହି ଅଡିଓରେ କଥା ହେଉଥିବା ବ୍ୟକ୍ତିଙ୍କର ଅନ୍ୟ ଭାଷା ସହ ମେଳ ଖାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସଞ୍ଜୟ ଜୈନ ଏବଂ ଭଓଁର ଲାଲ ଶର୍ମାଙ୍କ ସହ ଯୋଗାଯୋଗରେ ନାହାଁନ୍ତି ଏବଂ ରାଜ୍ୟରେ ଗଜେନ୍ଦ୍ର ସିଂଙ୍କ ନାମରେ ଅନେକ ଲୋକ ଅଛନ୍ତି । ସେପଟେ ଏହି ଅଡିଓ କ୍ଲିପ୍‌ ଆଧାରରେ ରାଜସ୍ଥାନର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) କେନ୍ଦମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଥିଲା । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଜଣେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟତମ ବ୍ୟକ୍ତି କଂଗ୍ରେସ ବିଧାୟକଙ୍କୁ କିଣିବା ନେଇ କଥାବର୍ତ୍ତା ହେଉଥିବାର କଂଗ୍ରେସ ଦାବି କରିଛି। ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.