ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ଆକ୍ରାନ୍ତ । ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ଆକ୍ରାନ୍ତ ଥିବା ସେ ତାଙ୍କ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି ।
ଏନେଇ ସେ ଟ୍ବିଟରରେ ସୂଚନା ଦେଇ କହିଛନ୍ତି, କୋରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରିଥିଲି ଏବଂ ରିପୋର୍ଟ ପଜେଟିଭ ଆସିଛି । ମୋ ସୁସ୍ଥ ଅଛି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକାଲରେ ଭର୍ତ୍ତି ହୋଇଛି । ମୋର ଏହା ଅନୁରୋଧ ଯେ ଗତ କିଛି ଦିନ ହେବ ମୋ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷ ସ୍ବୟଂ ଆଇସୋଲେସନରେ ରହି ପରୀକ୍ଷା କରାନ୍ତୁ ।
ପ୍ରକାଶ ଥାଉକି, ଗତ ଶନିବାର ବାଲଗଙ୍ଗାଧର ତିଳକଙ୍କ 100ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦିଲ୍ଲୀର ଆଇସିସି ଦ୍ବାରା ପାଳନ କରାଯାଇଥିବା ଲୋକମାନ୍ୟ ତିଲକକୁ ଭିଡିଓ କନଫରେନ୍ସି ଜରିଆରେ ସମ୍ବୋଧନ କରିଥିଲେ ।