ନୂଆଦିଲ୍ଲୀ: ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଆମିତ୍ ଶାହା ସୁସ୍ଥ ହୋଇ ଦିଲ୍ଲୀ ଏମ୍ସ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।
ପ୍ରକାଶ ଥାଉକି, ଅଗଷ୍ଟ 18 ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ବର ଆସିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା । ସେଠାରେ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ବାବଧାନରେ ଏକ ଡାକ୍ତରୀ ଟିମ୍ ଶାହାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ ।
ତେବେ ଗତ ଅଗଷ୍ଟ ୨ରେ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ଏବଂ ଗତ ୧୪ ତାରିଖରେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।