ETV Bharat / bharat

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଭାରତକୁ ଜାତିସଂଘର ପ୍ରସ୍ତାବ

ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦର ସମଧାନ ପାାଇଁ ମିଳିତ ଜାତିସଂଘ ଭାରତକୁ ମଧ୍ୟସ୍ଥତା ନିୟୋଜିତ କରିବାକୁ ଚିନ୍ତା କରୁଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 2, 2020, 5:10 PM IST

ନୂଆଦିଲ୍ଲୀ: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦର ସମଧାନ ପାାଇଁ ମିଳିତ ଜାତିସଂଘ ଭାରତକୁ ମଧ୍ୟସ୍ଥତା ନିୟୋଜିତ କରିବାକୁ ଚିନ୍ତା କରୁଛି । ସୂଚନା ଯେ, ମିଳିତ ଜାତିସଂଘ କମିଟିର ଏକ ପ୍ରତିନିଧି ଦଳ ସୋମବାର ଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।

ଏହି ଦଳରେ ଜାତିସଂଘର ରାଷ୍ଟ୍ରଦୂତ ଏବଂ ସେନେଗାଲର ପ୍ରତିନିଧି (କମିଟି ଚେୟାର)ରେ ଅନ୍ତର୍ଭୁକ୍ତ; ଇଣ୍ଡୋନେସିଆ ଏବଂ ମାଲେସିଆ (କମିଟି ସଦସ୍ୟ); ଏବଂ ପାଲେଷ୍ଟାଇନ ରାଜ୍ୟ (କମିଟି ପର୍ଯ୍ୟବେକ୍ଷକ) ସାମିଲ ରହିଛନ୍ତି ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ପାଲେଷ୍ଟାଇନ ଏବଂ ଇସ୍ରାଏଲର ଉଭୟ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି । ଫଳରେ ଭାରତକୁ ପାଲେଷ୍ଟାଇନ ସମସ୍ୟା ସମାଧାନରେ ଭାରତ କିପରି ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ ସେନେଇ ଯୋଜନା କରିବାକୁ ଚାହୁଁଛନ୍ତି ଭାରତ ଗସ୍ତରେ ଥିବା ଏହି ପ୍ରତିନିଧି ଦଳ ।

ୟୁଏନ ଗ୍ରୁଫ୍‌ ପାଲେଷ୍ଟାଇନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ରାଜନୈତିକ ଏବଂ କୂଟନୈତିକ ସମର୍ଥନ ବୃଦ୍ଧି ଉପରେ ଧ୍ୟାନ ରଖିବେ । ଏଥିସହ ପାଲେଷ୍ଟାଇନର କର୍ମଚାରୀ ଏବଂ ଅନୁଷ୍ଠାନଗୁଡିକ ପାଇଁ ଦକ୍ଷତା ବିକାଶରେ କ୍ଷେତ୍ରରେ ଭାରତୀୟ ପ୍ରତିପକ୍ଷଙ୍କୁ ନିୟୋଜିତ କରିବା ଲକ୍ଷ୍ୟ ରଖାଯିବ ।

ଏହି ଗସ୍ତରେ ଦକ୍ଷିଣ-ଦକ୍ଷିଣ ଏବଂ ତ୍ରିକୋଣୀୟ ସହଯୋଗ ପରିପ୍ରେକ୍ଷୀରେ ପାଲେଷ୍ଟାଇନ ରାଜ୍ୟ ପାଇଁ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ମିଳିତ ଜାତିସଂଘ କମିଟି ବ୍ୟୁରୋ ଭାରତର ସମନ୍ବୟ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯିବ ।

ଏଥିସହ ୟୁଏନ ଟିମ୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜନୈତିକ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀଙ୍କ ସହ ସାକ୍ଷାତ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.