ଶିମଲା: ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ବିସ୍ଫୋରକ ଖାଦ୍ୟ ଖାଇ ଏକ ଗାଈ ଗୁରୁତର ହୋଇଥଇବା ସୂଚନା ।
ସୂଚନା ଅନୁଯାୟୀ, ଉମରିଆ ଜିଲ୍ଲାର ଗିଞ୍ଜରୀ ଗାଁର ନିବାସୀ ଓମ୍ ପ୍ରକାଶ କହିଛନ୍ତି, ଆମେ ସକାଳୁ ଗାଈ ଚରାଇବାକୁ ଛାଡି ଦେଇଥାଉ । ଘରଠାରୁ ପ୍ରାୟ 500 ମିଟର ଦୂରରେ ଗାଈ ଚରି ଫେରିଆସେ । କିନ୍ତୁ ଜୁନ୍ 14ରେ ଗାଈ ଘରକୁ ଫେରିନଥିଲା । ଏହାପରେ ଆମେ ଦୁଇ ଦିନ ଧରି ଗାଈକୁ ଖୋଜିବା ପରେ ଗାଈକୁ ଆହାତ ଅବସ୍ଥାରେ ପାଇଥିଲୁ ।
ଅଗ୍ରୱାଲ କହିଛନ୍ତି ଯେ , ମୋର ସନ୍ଦେହ ଯେ ଗାଈକୁ କେହି ବିସ୍ଫୋରକ ମିଶାଇ ଖାଦ୍ୟ ଦେଇଛି । ତେବେ ଏହି ଘଟଣାକୁ ନେଇ ମାଲିକ ଅଗ୍ରୱାଲ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଖବର ପାଇ ଜିଲ୍ଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।