ETV Bharat / bharat

ଋଷିକେଶ ପାହଚରୁ ପଡି ଭାଙ୍ଗିଲା ଉମା ଭାରତୀଙ୍କ ଗୋଡ - bjp leader

ହିମାଳୟ ହସ୍ପିଟାଲରେ ଭର୍ତ୍ତି ହେଲେ ଉମା ଭାରତୀ । ପାହାଚରୁ ପଡି ଗୋଡ ଭାଙ୍ଗିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 19, 2019, 10:40 AM IST

ନୂଆଦିଲ୍ଲୀ: ବିଜେପି ନେତ୍ରୀ ଉମା ଭାରତୀଙ୍କ ଗୋଡରେ ଲାଗିଲା ଆଘାତ। ଋଷିକେଶର ଏକ ଆଶ୍ରମରେ ପାହାଚ ଚଢୁଥିବା ବେଳେ ପାଦ ଖସିଯିବା ପରେ ଗୋଟ ଭାଙ୍ଗିଥିବା ସୂଚନାମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହିମାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

image
ଫଟୋ ସୌଜନ୍ୟ: ଟ୍ବିଟର@umabharti

ଉମାଙ୍କର ବାମ ଗୋଡର ଦୁଇଟି ସ୍ଥାନରେ ଭାଙ୍ଗିଥିବା ଏକ୍ସରେ ରିପୋର୍ଟରୁ ଜଣାପଡିଛି। ଦେଢ ମାସ ପର୍ଯ୍ୟନ୍ତ ଗୋଡରେ ପ୍ଲାଷ୍ଟର ରହିବା ସହ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ କହିଲେ ଡାକ୍ତର । ଏନେଇ ଟ୍ବିଟ କରି ଜଣାଇଛନ୍ତି ଉମା ଭାରତୀ। ରବିବାର ଅପରାହ୍ନରେ ଘଟିଥିଲା ଏହି ଘଟଣା ।

ହେଲେ ରାତିରେ ଗୋଡରେ ଅଧିକ ଯନ୍ତ୍ରଣା ହେବାରୁ ସୋମବାର ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ ଏକ ଡାକ୍ତରୀ ଟିମ ଚିକିତ୍ସା କରୁଥିବା ଜଣାପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.