ହାଇଦ୍ରାବାଦ: ଖରାରୁ ରକ୍ଷା ପାଇବା ପାଇଁ ଆମେ କେତେ କଣ କରିଥାଉ। ଚର୍ମକୁ ସରକ୍ଷିତ ରଖିବା ପାଇ ସନସ୍କ୍ରିନ ଲୋସନ ମଧ୍ୟ ବ୍ୟବହାର କରିଥାଉ, କିନ୍ତୁ ସୁଫଳ କିଛି ବି ମିଳିନଥାଏ । ତେବେ ସନବର୍ଣ୍ଣ କାରଣ ହେଉଛି ଅତିବାଇଗଣୀ ରଶ୍ମୀ ବା ଅଲଟ୍ରାଭାଓଲେଟ ରେ । 4 ପ୍ରକାର ଅଲଟ୍ରାଭାଓଲେଟ ରେ ରହିଛି । UVA, UVB, UVC ଓ Vaccum ultraviolet। ବିଭିନ୍ନ ରଶ୍ମୀ ଚର୍ମକୁ ଅତି ଗଭୀର ଭାବେ ଭେଦ କରିପାରେ। ଏହା ଫଳରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ଅନେକ ସମ୍ଭାବନା ରହିଛି । UVB ଅପେକ୍ଷା UVA ଲମ୍ବା ରଶ୍ମୀ । ତେଣୁ ବୟସ ହେବା ପୂର୍ବରୁ ବୃଦ୍ଧାବସ୍ଥା ଓ ଟିସୁ ଦୁର୍ବଳତା ଦେଖା ଦେଇଥାଏ।
ଅନ୍ୟ ରଶ୍ମୀ ଅପେକ୍ଷା ଅତିବାଇଗଣୀ ରଶ୍ମୀ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଶରୀରର ଉପରି ଭାଗ ଏଥିରେ ଅଧିକ ପ୍ରଭାବିତ ହୋଇଥାଏ । ଶରୀରର Corneodesmosomesରେ ଥିବା ପ୍ରୋଟିନକୁ ଅତିବାଇଗଣୀ ରଶ୍ମୀ ନଷ୍ଟ କରିଦେଇଥାଏ । ଏହି କାରଣରୁ ସନବର୍ଣ୍ଣ ହୋଇଥାଏ । ଲାବ୍ରୋଟାରୀରେ Corneodesmosomes ରେ ଲଗାତାର ଅତିବାଇଗଣୀ ରଶ୍ମୀ ଦିଆଗଲା, ଏହା ଫଳରେ ଉପସ୍ଥିତ ଥିବା ସମସ୍ତ କୋଷ ବିଘଟନ ଆରମ୍ଭ ହେଲା । ଏହା ଚର୍ମକୁ ପୂର୍ବଭଳି ରଖିନଥାଏ । ତେବେ Corneodesmosomes ଏପିଡର୍ମାଲ(ଚର୍ମ)ର ଏକ ସ୍ତର।
କସମେଟିକ ଇଣ୍ଡଷ୍ଟ୍ରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସନବର୍ଣ୍ଣରୁ ରକ୍ଷା ପାଇବା ପାଇଁ ଅନେକ ଲୋସନ ପ୍ରସ୍ତୁତ କରୁଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଗବେଷଣା କରାଯାଇଥିଲା ମାତ୍ର କିପରି ଅତିବାଇଗଣୀ ରଶ୍ମୀ ଚର୍ମକୁ କ୍ଷତି ପହଞ୍ଚାଉଛି, ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନି । ଚର୍ମର ଯତ୍ନ ନେବା ଉଚିତ୍ । ବର୍ଷକୁ 365 ଦିନ ଯତ୍ନ ନେବା ଜରୁରୀ । ଯାହା ଫଳରେ ସ୍କିନ କ୍ୟାନ୍ସରରୁ ରକ୍ଷା ମିଳିବା ସହ ବିଭିନ୍ନ ପ୍ରକାର ଚର୍ମ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ।