ETV Bharat / bharat

ଟ୍ରିପଲ ତଲାକ ବିଲ: ଅସନ୍ତୋଷ ଜାହିର କଲା ମୁସଲିମ ସଂଗଠନ

author img

By

Published : Jul 28, 2019, 5:50 PM IST

ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲକୁ ସଂସଦର ଉଭୟ ଗୃହରେ ଆଗତ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଲୋକସଭାରେ ଏହି ବିଲ ଆଗତ ହୋଇଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ମୁସଲିମ ସମ୍ପ୍ରଦାୟ ବିଲକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଏହାକୁ ବିରୋଧ କରୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲକୁ ନେଇ ଦିନକୁ ଦିନ ବିଭିନ୍ନ ସମସ୍ୟା ଦେଖା ଦେଉଛି । ସରକାର ଏହି ବିଲକୁ ଲୋକସଭାରେ ଆଗତ କରିଦେଇଛନ୍ତି । ମାତ୍ର ରାଜ୍ୟସଭାରେ ଏହି ବିଲ ଆଗତ ହୋଇ ନ ପାରି ପଡ଼ି ରହିଛି । ତେବେ ମୁସଲିମ ଉଲମାଓଁ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେମାନେ କହିଛନ୍ତି କି ଆଜିକାଲି ସମାଜରେ ଯେଉଁଭଳି ଅତ୍ୟାଚାର ବଢି ଚାଲି ସରକାର ପ୍ରଥମେ ହିନ୍ଦୁ ନାରୀଙ୍କ ସମ୍ମାନ ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ । ମୁସଲିମ ମହିଳାଙ୍କ ବିଷୟରେ ଚିନ୍ତା କରିବା ଛାଡନ୍ତୁ । ସୂଚନା ଯୋଗ୍ୟ ସଂସଦର ମନସୁନ ଅଧିବେସନରେ ତିନ ତଲାକ ବିଲକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ପରେ ଏହା ଉପରେ ଭୋଟ ମଧ୍ୟ ହୋଇଥିଲା । ତେବେ ଏହି ବିଲକୁ 303 ଜଣ ସମର୍ଥନ ଜଣାଇଥିବା ବେଳେ 82 ଜଣ ଏହାକୁ ବିରୋଧ କରିଥିଲେ ।

ମୁସଲିମ ସଂଗଠନର ବୈଠକ
ହେଲ୍‌ଥ ୟୁନିଟ ଅର୍ଗାନାଇଜେସନ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୌଲାନା ମହମ୍ମଦ ଇଫ୍‌ତିଖାର ହୁସେନ ମଦାନୀ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବିଲକୁ ନେଇ ବେଶ ଚର୍ଚ୍ଚାଲୋଚନା ହୋଇଥିଲା । ବୈଠକରେ ମୌଲାନା ଇଫ୍‌ତଖାର ମଦାନୀ. ମୌଲାନା ସମିମ ଆଦିଲ, ନାଜିମ ଜାଭେଦ, ମୁଫତି ମହମ୍ମଦ ଅଲ୍ଲୀ, ମୌଲାନା ମହମ୍ମଦ ଜମସିଦ, ମୌଲାନା ଏଜାଜ ନୌମାନୀ, ମହମ୍ମଦ ଜାଭେଦ, ମହମ୍ମଦ ତବରେଜ ସେମାନଙ୍କର ମତାମତ ରଖିଥିଲେ ।

ମୌଲାନା ଇଫ୍‌ତଖାର କହିଥିଲେ କି, ଏହି ବିଲ ଆଣିବା ପଛରେ ସରକାରଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ଜଣାପଡ଼ୁନାହିଁ । ଯଦି ଛାଡ଼ପତ୍ରକୁ ରୋକିବା ପାଇଁ ଏହା କରାଯାଉଥାଏ, ତେବେ ମୁସଲିମ ମହିଳାଙ୍କ ଅପେକ୍ଷା ହିନ୍ଦୁ ନାରୀ ଅଧିକ ମାତ୍ରାରେ ଏହାର ଶିକାର ହେଉଛନ୍ତି । ତେବେ ମୋଦିଙ୍କୁ କେବଳ ମୁସଲମାନଙ୍କ ସମସ୍ୟା ଦେଖା ଯାଉଛି ବୋଲି ସେ କହିଥିଲେ । ହେଲଥ ୟୁନିଟ ଅର୍ଗାନାଇଜେସନର ଚେୟାରମ୍ୟାନ ଏସ. କରିମ ସଭା ପରିଚାଳନା କରିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.