ETV Bharat / bharat

ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପାଇଁ ଭାରତକୁ କ୍ଷମା ମାଗିବ ବ୍ରିଟେନ! - ବ୍ରିଟେନ ସାଧାରଣ  ନିର୍ବାଚନ

ବ୍ରିଟେନର ସାଧାରଣ  ନିର୍ବାଚନ ନିର୍ବାଚନ ଜିତିଲେ 100 ବର୍ଷ ପୂର୍ବେ ଅମୃତସରର ଜାଲିଆନାୱାଲାବାଗରେ ହୋଇଥିବା ନରସଂହାର ପାଇଁ ଭାରତ ନିକଟରେ କ୍ଷମା ପ୍ରାର୍ଥନା କରିବ ବୋଲି ଘୋଷଣା କରିଛି ବ୍ରିଟେନ ସଂସଦର ବିରୋଧୀ ଦଳ ଆସନରେ ବସିଥିବା ଲେବର ପାର୍ଟି।

ଫାଇଲ ଫଟୋ
author img

By

Published : Nov 22, 2019, 9:42 AM IST

ଲଣ୍ଡନ: ଚଳିତ ବର୍ଷ ଡିସେମ୍ବର 12 ତାରିଖରେ ଅନୁଷ୍ଠିତ ହେବ ବ୍ରିଟେନର ସାଧାରଣ ନିର୍ବାଚନ। ଏନେଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ଏହି ଘୋଷଣା ପତ୍ରରେ ଭାରତ ସମ୍ବନ୍ଧରେ ଉଲ୍ଲେଖ କରିଛି ଦଳ । ନିର୍ବାଚନ ଜିତିଲେ ଦଳ 100 ବର୍ଷ ପୂର୍ବେ ଅମୃତସରର ଜାଲିଆନାୱାଲାବାଗରେ ହୋଇଥିବା ନରସଂହାର ପାଇଁ ଭାରତ ନିକଟରେ କ୍ଷମା ପ୍ରାର୍ଥନା କରିବ ବୋଲି ଘୋଷଣା କରିଛି। ଏହା ସହିତ ଏହି ଘଟଣାର ତଦନ୍ତ କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ଏହି ନରସଂହାରର 100 ବର୍ଷ ପୂର୍ତ୍ତି ଅବସରରେ ଏଭଳି ବର୍ବରତା ଘଟଣା ପାଇଁ ଦୁଖଃ ପ୍ରକାଶ କରିଥିଲେ। ହେଲେ କ୍ଷମା ପ୍ରାର୍ଥନା କରିନଥିଲେ। ଲେବର ପାର୍ଟି ଏହି ମାମଲାରେ ଆଗକୁ ବଢି କ୍ଷମା ପ୍ରାର୍ଥନା କରିବାର ଘୋଷଣା କରିଛି। ଏହା ସହିତ ଅତୀତରେ ହୋଇଥିବା ଅନ୍ୟାୟର ତଦନ୍ତ ପାଇଁ ଜଣେ ନ୍ୟାୟାଧୀଶଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯିବ ଏବଂ ଅପରେଶନ ବ୍ଲୁ ଷ୍ଟାରରେ ଦେଶର ଭୂମିକାର ସମୀକ୍ଷା ମଧ୍ୟ କରାଯିବ ବୋଲି ଦଳ ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଛି।

ଗତ 2014ରେ ବ୍ରିଟେନ ସରକାରଙ୍କ ପକ୍ଷରୁ ଜାରି ଏକ ଦସ୍ତାବିଜରୁ ଜଣା ପଡିଥିଲା କି ସ୍ବର୍ଣ୍ଣ ମନ୍ଦିରରେ ଭାରତୀୟ ସେନା ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ବ୍ରିଟେନ ସେନା କିଛି ଉପଦେଶ ଦେଇଥିଲା। ବ୍ରିଟେନ ସେନା ସେମାନଙ୍କୁ କି ପ୍ରକାର ଉପଦେଶ ଦେଇଥିଲେ ତାକୁ ସାର୍ବଜନୀନ କରିବାକୁ ବ୍ରିଟେନର ଶିଖ ସମୁଦାୟ ଗତ କିଛି ବର୍ଷରୁ ଦାବି କରି ଆସୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.