ETV Bharat / bharat

ୟୁଜିସି-ନେଟ ପରୀକ୍ଷା ସ୍ଥଗିତ କଲା NTA, ନୂଆ ତାରିଖ ଘୋଷଣା

16 ସେପ୍ଟମ୍ବରରୁ ଆରମ୍ଭ ହେବାକୁ ଥିବା ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ କରିଦେଇଛି NTA । ବର୍ତ୍ତମାନ ଏହି ପରୀକ୍ଷା 24 ସେପ୍ଟେମ୍ବରରୁ ଆରମ୍ଭ ହେବ | ଅଧିକ ପଢନ୍ତୁ...

author img

By

Published : Sep 14, 2020, 9:20 PM IST

ୟୁଜିସି-ନେଟ ପରୀକ୍ଷା ସ୍ଥଗିତ କଲା NTA, ନୂଆ ତାରିଖ ଘୋଷଣା
ୟୁଜିସି-ନେଟ ପରୀକ୍ଷା ସ୍ଥଗିତ କଲା NTA, ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ: ୟୁଜିସି-ନେଟ ପରୀକ୍ଷା ସୂଚୀରେ ପରିବର୍ତ୍ତନ । 16 ସେପ୍ଟମ୍ବରରୁ ଆରମ୍ଭ ହେବାକୁ ଥିବା ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ କରିଦେଇଛି NTA । ବର୍ତ୍ତମାନ ଏହି ପରୀକ୍ଷା 24 ସେପ୍ଟେମ୍ବରରୁ ଆରମ୍ଭ ହେବ | ସବିଶେଷ କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ | ଖୁବ ଶୀଘ୍ର ଆଡମିଟ୍ କାର୍ଡ ମଧ୍ୟ ଦିଆଯିବ | ୟୁଜିସି-ନେଟ 2020ର ଜୁନ ସଂସ୍କରଣ ମହାମାରୀ କୋରୋନା କାରଣରୁ ସଠିକ ସମୟରେ ଆରମ୍ଭ ହୋଇପାରିନଥିଲା ।

ସୋମବାର ଏନଟିଏ ଏକ ବିଜ୍ଞପ୍ତି ଜାରି କରି କହିଛି, ଆଇସିଏର ପରୀକ୍ଷା ଏଆଇଇଇଏ / ପିଜି ଏବଂ ଏଆଇସିଇ-ଜେଆରଏଫ / ଏସଆରଏଫ (ପିଏଚଡି) 2020-21 ଅନିଶ୍ଚିତତାରେ ରହିଥିଲା । ଏପରି ପରିସ୍ଥିତିରେ ୟୁଜିସି ପରୀକ୍ଷା ସୂଚୀରେ ପରିବର୍ତ୍ତନ ଅଣାଯାଇଛି | କିଛି ପ୍ରାର୍ଥୀ ଉଭୟ ଆଇସିଏଆର ଏବଂ ୟୁଜିସି-ନେଟ ପରୀକ୍ଷା ଦେଉଛନ୍ତି | ବର୍ତ୍ତମାନ ୟୁଜିସି-ନେଟ 2020 ପରୀକ୍ଷା 24 ସେପ୍ଟେମ୍ବରରୁ ଆରମ୍ଭ ହେବ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.