ETV Bharat / bharat

ଦିବ୍ୟାଙ୍ଗ ଛାତ୍ରୀଙ୍କ ମହାନତା, ଗୋଟିଏ ହାତରେ ବନାଇଲେ ମାସ୍କ - ଜନ୍ମରୁ ଦିବ୍ୟାଙ୍ଗ

କର୍ଣ୍ଣାଟକ ଉଡୁପିର 10 ବର୍ଷିୟା ସିନ୍ଧୁରୀଙ୍କ କାହାଣୀ । ଜନ୍ମରୁ ତାଙ୍କର ବାମ ହାତ କହୁଣୀ ତଳକୁ ନାହିଁ । ହେଲେ ଏହା ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଯାଇଛି । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ଛାତ୍ରୀଙ୍କ ମହାନତା, ଗୋଟିଏ ହାତରେ ବନାଇଲେ ମାସ୍କ

author img

By

Published : Jun 25, 2020, 10:36 PM IST

ମାଙ୍ଗାଲୋର: ନିଜେ ଜନ୍ମରୁ ଦିବ୍ୟାଙ୍ଗ । ହେଲେ ଏହା ଭାଙ୍ଗିଦେଇନି ତାଙ୍କ ମନୋବଳ । ଜନ୍ମରୁ ନାହିଁ ଗୋଟିଏ ହାତ । କିନ୍ତୁ ମାନିନାହାନ୍ତି ହାର । ଗୋଟିଏ ହାତ ତାଙ୍କ ପାଇଁ ଯଥେଷ୍ଟ । ଆଉ ଏହାଦ୍ବାରା ହିଁ ସେ ବନାଇଛନ୍ତି ଗୋଟିଏ କି ଦୁଇଟା ନୁହେଁ, ଏକାଥରେ 15ଟି ମାସ୍କ । ଯେଉଁଥିପାଇଁ ତାଙ୍କୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି ।

ଏହା ହେଉଛି କର୍ଣ୍ଣାଟକ ଉଡୁପିର 10 ବର୍ଷିୟା ସିନ୍ଧୁରୀଙ୍କ କାହାଣୀ । ଜନ୍ମରୁ ତାଙ୍କର ବାମ ହାତ କହୁଣୀ ତଳକୁ ନାହିଁ । ହେଲେ ଏହା ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଯାଇଛି । କୋରୋନାର ସାମାନ୍ୟ ସୁଧାର ଭିତରେ ବିଭିନ୍ନ ଜାଗାରେ ସ୍କୁଲ ଓ କଲେଜରେ ପରୀକ୍ଷା ଆରମ୍ଭ ହୋଇଛି । ଏପରି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କର ଆବଶ୍ୟକତା ପଡିଛି । ଏଥିପାଇଁ ନିଜ ଜିଲ୍ଲାର ଏସଏସଏଲସି ଛାତ୍ରଛାତ୍ରୀଙ୍କ ପାଇଁ ସିନ୍ଧୁରୀ 15ଟି ମାସ୍କ ତିଆରି କରିଛନ୍ତି । ଏହାକୁ ପିନ୍ଧି ସେମାନେ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

ମାଉଣ୍ଟ ରୋଜାରୀ ଇଂରାଜୀ ମିଡିୟମ୍ ସ୍କୁଲର ସେ ଷଷ୍ଠ ଶ୍ରେଣୀର ଛାତ୍ରୀ । ସ୍କୁଲରେ ଥିବା ସ୍କାଉଟ୍ ଓ ଗାଇଡରେ ସେ ଭାଗ ନେଇଛନ୍ତି । ଏହା ପକ୍ଷରୁ ଲୋକଙ୍କ ପାଇଁ ଏକ ଲକ୍ଷ ମାସ୍କ ତିଆରି କରିବାର ଲକ୍ଷ୍ୟ ରହିଛି । ଯାହାର ଅଧୀନରେ ସିନ୍ଧୁରୀ ଏପରି ମହାନ କାର୍ଯ୍ୟ କରିଛନ୍ତି । ସେ କହିଛନ୍ତି ଯେ ପ୍ରଥମେ ତାଙ୍କୁ ଏପରି କରିବାରେ ଅସୁବିଧା ହୋଇଥିଲା । ତେବେ ମାଆ ସାହାଯ୍ୟ କରିବା ପରେ ସେ ଏହାକୁ ସଫଳତାର ସହ ଶେଷ କରିଥିଲେ । ବୁଣିବାରେ ତାଙ୍କୁ ପ୍ରଥମେ ସମସ୍ୟା ଲାଗିଥିଲା । ତେବେ ତାଙ୍କର ଏପରି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.