ETV Bharat / bharat

ବିଜେପି ସହ ଦୀର୍ଘ 25 ବର୍ଷର ସମ୍ପର୍କ ଭାଙ୍ଗିଲା କାହିଁକି ? - reason of leaving company of bjp

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଶୁକ୍ରବାର ଦଳୀୟ ବିଧାୟକଙ୍କ ସହ ବୈଠକରେ ବିଜେପି ସହ ଦୀର୍ଘ 25 ବର୍ଷ ସମ୍ପର୍କ ଭାଙ୍ଗିବାର କାରଣ କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 22, 2019, 5:43 PM IST

ମୁମ୍ବାଇ: କିଛି ସମୟ ପରେ ମୁମ୍ବାଇର ନେହେରୁ ସେଣ୍ଟରରେ କଂଗ୍ରେସ-ଶିବସେନା-ଏନସିପି ମଧ୍ୟରେ ସରକାର ଗଠନ ନେଇ ନିର୍ଣ୍ଣାୟକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ତିନି ଦଳର ବରିଷ୍ଠ ନେତୃବୃନ୍ଦ ନେହେରୁ ସେଣ୍ଟରରେ ଏକାଠି ହେଲେଣି । କିଛି ସମୟ ପରେ ମହାରାଷ୍ଟ୍ରରେ ଗତ ଏକ ମାସ ମଧ୍ୟରେ ସବୁଠାରୁ ବଡ ବୈଠକ ବସିବାକୁ ଯାଉଛି । ଏହି ବୈଠକର କାରଣ ବିଜେପି-ଶିବେସନା ମେଣ୍ଟ ଭାଙ୍ଗିବା । ଏହି ବୈଠକ ପୂର୍ବରୁ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କ ସହ ବୈଠକରେ ବିଜେପି ସହ ଦୀର୍ଘ 25 ବର୍ଷ ସମ୍ପର୍କ ଭାଙ୍ଗିବାର କାରଣ କହିଛନ୍ତି ।

ଶୁକ୍ରବାର ଏହି ବୈଠକରେ ଉଦ୍ଧବ ବିଜେପି ଉପରେ ସବୁ ଦୋଷ ଲଦିଛନ୍ତି । ବିଜେପି ମିଛ କହିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି । ବିଜେପି ବାଲା ସାହେବ ଠାକରେଙ୍କୁ ଦେଇ ଥିବା ପ୍ରତିଶ୍ରୁତି ଭାଙ୍ଗିଛି । ଏହାସହ ରାଜ୍ୟରେ ଦ୍ବିତୀୟ ଥର ନିର୍ବାଚନ ନହେଉ ସେଥିପାଇଁ ଶିବସେନା , କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି । ବିଜେପି ବାଲା ସାହେବଙ୍କୁ କଥା ଦେଇଥିଲା ଯେ, ଶିବସେନାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ । ମାତ୍ର ଏବେ ନିଜ ବଚନରୁ ଓହରି ଯାଉଛି ବିଜେପି ।

ଏହାସହ ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ, ସମସ୍ତ ଶିବସୈନିକ ଏହି ବିଷୟରେ ଅବଗତ ଯେ, କାହିଁକି ବିଜେପି ସହ ଦୀର୍ଘ 25 ବର୍ଷର ସମ୍ପର୍କ ଭାଙ୍ଗିବାକୁ ପଡିଛି । ଏହି ବୈଠକରେ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଧ୍ୟ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.