ETV Bharat / bharat

କ୍ଷମତା ପାଇଁ ଯୋଡିଥିଲେ, କ୍ଷମତା ପାଇଁ ଭାଙ୍ଗିଲେ ! - ମହାରାଷ୍ଟ୍ର ରାଜନୀତି

ଶେଷ ଦିବସରେ ମହାରାଷ୍ଟ୍ର ମହାଭାରତ । ଶୁକ୍ରବାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ବାହ୍ୟ ସମର୍ଥନ ସହ କଂଗ୍ରେସ ପାଇବ ବିଧାନସଭା ବାଚସ୍ପତି ପଦ ।

ଡିଜାଇନ ଫଟୋ
author img

By

Published : Nov 11, 2019, 11:21 AM IST

ମୁମ୍ବାଇ: ତ୍ରେତୟା ଯୁଗରେ ଅଧର୍ମ ବିରୋଧରେ ଧର୍ମର ଯୁଦ୍ଧ ଶେଷ ହେବାକୁ ଲାଗିଥିଲା 18 ଦିନ । ଠିକ ସେହିପରି ମହାରାଷ୍ଟ୍ର ମହାଭାରତରେ ମଧ୍ୟ ଯବନିକା ପଡିବାକୁ ଯାଉଛି 18 ଦିନରେ । ରାଜ୍ୟ ବିଧାନସଭା ନିର୍ବାଚନ ଫଳକୁ ଆଜି ପୁରିଛି 18ଦିନ । ରବିବାର ସଂଧ୍ୟାରେ ଏକକ ସଂଖ୍ୟା ଗରିଷ୍ଠତା ଦଳ ଭାବେ ଉଭା ହୋଇଥିବା ବିଜେପି ସରକାର ଗଠନ ପାଇଁ ଅସମର୍ଥ ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ରାଜ୍ୟପାଳଙ୍କ ନିମନ୍ତ୍ରଣ ପାଇବା ପରେ ଶିବସେନା ନିଜ ଗୋଟି ଚାଳନାକୁ ଆହୁରି କ୍ଷିପ୍ର କରିଛି । ଗୈରିକ ଦଳ ମୈଦାନରୁ ବାହାରିବା ଯିବା ପରେ ଏବେ ଶିବସେନା ଘଣ୍ଟା-ହାତଙ୍କୁ ନେଇ ଚମ୍ପିୟାନ ହେବାକୁ ଶେଷ ତୀର ଚାଳନା କରୁଛି । ସେନାର ଏହି ରଣନୀତି ସ୍ପଷ୍ଟ କରୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ଦେବା । କାରଣ ଶରଦ ପାୱାର କହିଛନ୍ତି ସମର୍ଥନ ନେବ ତ ସମର୍ଥନ ପ୍ରତ୍ୟାହାର କର । ଅର୍ଥାତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରୁ ଶିବସେନାକୁ ସମର୍ଥନ ପ୍ରତ୍ୟାହାର କରିବାକୁ ଶରଦ ସର୍ତ୍ତ ରଖିଛନ୍ତି ।

ସୂତ୍ର ଅନୁସାରେ ଶିବସେନା-ଏନସିପି ସରକାର ଗଠନ କରିବେ । କଂଗ୍ରେସ ସରକାରରେ ସାମିଲ ନହେଲେ ମଧ୍ୟ ମେଣ୍ଟକୁ ବାହ୍ୟ ସମର୍ଥନ କରିବ । ଫଳରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମୁଖ୍ୟମନ୍ତ୍ରୀ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଭଣଜା ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସକୁ ମିଳିପାରେ ବିଧାନସଭା ବାଚସ୍ପତି ପଦ । ଉଦ୍ଧବ-ଶରଦ ଉଭୟ ମନ୍ତ୍ରୀମଣ୍ଡଳର ରୂପରେଖ ପ୍ରସ୍ତୁତ କରିସାରିଛନ୍ତି । କାହାକୁ କେଉଁ ବିଭାଗ ମିଳିବ ? କିଏ ମନ୍ତ୍ରୀମଣ୍ଡଳରେ ସାମିଲ ହେବ ? ସେନେଇ ସବୁ ହିସାବ ନିକାଶ ସରିଛି ।

ଯେଉଁଥି ପାଇଁ ରବିବାର ସଂଧ୍ୟାରେ ଶିବସେନାର ତୁଣ୍ଡ କୁହାଯାଉଥିବା ସାଂସଦ ସଞ୍ଜୟ ରାଉତ ଦୃଢତାର ସହ କହିଥିଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ । ତେବେ ଏଠି ପ୍ରଶ୍ନ ଉଠୁଛି ଉଦ୍ଧବ ଠାକରେ କଣ ନିଜ ପିତାଙ୍କ ଆଦର୍ଶକୁ ଛାଡିବେ ? ନିଜେ ମନ୍ତ୍ରୀ ନହୋଇ ମନ୍ତ୍ରୀପଦ ବାଣ୍ଟୁଥିବା ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେଙ୍କ ଆଦର୍ଶକୁ କିପରି ଜଳାଞ୍ଜଳୀ ଦେବେ ଉଦ୍ଧବ ? ଯଦି ଉଦ୍ଧବ ମୁଖ୍ୟମନ୍ତ୍ରୀ ହୁଅନ୍ତି ତାଙ୍କୁ 6 ମାସ ମଧ୍ୟରେ ଗୃହର ସଭ୍ୟ ହେବାକୁ ପଡିବ । ତେବେ ଏଠି ନିଜ ପିତା ବାଲା ସାହେବଙ୍କୁ ଦେଇଥିବା ପ୍ରତିଶୃତି ‘କେବେ ନିର୍ବାଚନ ଲଢିବି ନାହିଁ’ ତାହା ଉଲ୍ଲଙ୍ଘନ ହେବ ନାହିଁ କି ? ଯଦି ନିର୍ବାଚନ ଲଢିବେ ନାହିଁ ମୁଖ୍ୟମନ୍ତ୍ରୀ ହେବେ କେମିତି ? ନିର୍ବାଚନ ପୂର୍ବରୁ ନିଜ ପୁଅକୁ ମହାରାଷ୍ଟ୍ର ରାଜନୀତିକୁ ଛାଡିଥିବା ଉଦ୍ଧବ ଏବେ ନିଜେ କାହିଁକି ମୁଖ୍ୟମନ୍ତ୍ରୀ ହେବେ ? ନା ଏହା ଏନିସିପିର ଆଉ ଏକ ସର୍ତ୍ତ ?

ଯଦି ରଣନୀତି ଅନୁସାରେ ସବୁ ଠିକଠାକ ଭାବରେ ଆଗକୁ ବଢେ ତେବେ ଆସନ୍ତା ଶୁକ୍ରବାର ପୂର୍ବରୁ ନୂଆ ସରକାର ଗଠନ ହେବ । ନଚେତ ବାଚସ୍ପତି ଅନ୍ୟ ବିକଳ୍ପ ଚିନ୍ତା କରିବେ । କିନ୍ତୁ ରାଜନୀତିକ ପଣ୍ଡିତ ଏହି ମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଖୋଦ ମହାରାଷ୍ଟ୍ର କଂଗ୍ରେସ ଏକ ପ୍ରମୁଖ ଚେହେରା ଥିବା ସଞ୍ଜୟ ନିରୁପମ ମଧ୍ୟ ଶିବସେନାକୁ ସମର୍ଥନ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ ଭବିଷ୍ୟତବାଣୀ କରିଛନ୍ତି 2020ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ତେବେ ମହାରାଷ୍ଟ୍ର ମହାଭାରତ ଆଜି ଅବସାନ ହେଉଛି ନା ଆଗକୁ ଆଉ କିଛି ଅଧ୍ୟାୟ ବଢୁଛି ତାହା ଦେଖିବାକୁ ଅପେକ୍ଷା...।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.