ETV Bharat / bharat

ଇତିହାସ ରଚିଲେ ନୌସେନାର 2 ବୀରାଙ୍ଗନା, କେମିତି ଥିଲା ଏମାନଙ୍କ ଜୀବନଯାତ୍ରା...

author img

By

Published : Sep 24, 2020, 10:59 PM IST

ମହିଳା ମଧ୍ୟ କୌଣସି ଥିରେ ମଧ୍ୟ କମ୍ ନୁହଁନ୍ତି। ତେଣିକି ସେ ଯେଉଁ ବିଭାଗ ହେଉ ନା କାହିଁକି, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଦୁଇ ମହିଳା ନେଭି ଅଫିସର୍ସ। କୁମୁଦିନୀ ଓ ରୀତି । ବର୍ତ୍ତମାନ ସ୍ଥଳସେନା, ନୌସେନା ଓ ବାୟୁସେନାରେ ମହିଳା ଅଧିକାରୀଙ୍କ ପରାକାଷ୍ଠା ଦେଖିବାକୁ ମିଳୁଛି। କେହି କାହା ଠାରୁ କମ୍ ନୁହଁନ୍ତି । ସୀମା ଠାରୁ ଆରମ୍ଭ କରି ଯୁଦ୍ଧ ଜାହାଜ ପର୍ଯ୍ୟନ୍ତ ସବୁଥିରେ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ଲିଙ୍ଗଗତ ସମାନତା ପ୍ରମାଣ କରିବାକୁ ମହିଳାମାନେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ଆଉ ସଫଳ ହେଉଛନ୍ତି ମଧ୍ୟ।

ଇତିହାସ ରଚିଲେ ନୌସେନାର 2 ବୀରାଙ୍ଗନା, କେମିତି ଥିଲା ଏମାନଙ୍କ ଜୀବନଯାତ୍ରା...
ଇତିହାସ ରଚିଲେ ନୌସେନାର 2 ବୀରାଙ୍ଗନା, କେମିତି ଥିଲା ଏମାନଙ୍କ ଜୀବନଯାତ୍ରା...

ନୂଆଦିଲ୍ଲୀ: ସେପ୍ଟେମ୍ବର 21 ଭାରତୀୟ ନୌସେନା ପାଇଁ ଏକ ଐତିହାସିକ ଦିନ ଥିଲା । ଇତିହାସରେ ପ୍ରଥମ ଥର ଦୁଇ ଜଣ ମହିଳା ଅଧିକାରୀଙ୍କୁ ନୌବାହିନୀ ହେଲିକପ୍ଟର ବିଭାଗରେ ନିରୀକ୍ଷିକା ଭାବେ ନିଯୁକ୍ତି ମିଳିଛି । ସେ ହେଉଛନ୍ତି ସବଲେଫନାଣ୍ଟ କୁମୁଦିନୀ ତ୍ୟାଗୀ ଓ ରୀତି ସିଂହ । ଏହି ଦୁଇ ଅଫିସର୍ସ ଭାରତୀୟ ଯୁଦ୍ଧ ଜାହାଜରୁ ହେଲିକପ୍ଟର ଉଡାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ କାଶୀର ଝିଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ ଦେଶର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲର ସ୍କ୍ୱାଡ୍ରୋନ୍ ଗୋଲଡେନ୍ ଏରୋରେ ଏକମାତ୍ର ମହିଳା ତଥା ପ୍ରଥମ ମହିଳା ପାଇଲଟ୍ ଭାବରେ ଯୋଗ ଦେଇଛନ୍ତି ।

ଯଦିଓ ଭାରତୀୟ ନୌସେନା ଅନେକ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେଉଛି ସତ କିନ୍ତୁ ବିଭିନ୍ନ କାରଣରୁ କ୍ରୁ କାର୍ଟ୍ବରରେ ଗୋପନୀୟତା ଅଭାବ ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ଯୁଦ୍ଧ ଜାହାଜରେ ମହିଳାଙ୍କୁ ନିୟୋଜିତ କରାଯାଉନଥିଲା। କିନ୍ତୁ ଏବେ ପୁରୁଷଙ୍କୁ ପଛରେ ପକାଇ ମହିଳାମାନେ ନୌସେନାର ଯୁଦ୍ଧ ଜାହାଜରେ ନିୟୋଜିତ ହେଉଛନ୍ତି । ନୌସେନାର 17 ଜଣ ଅଫିସର୍ସଙ୍କୁ ପଛରେ ପକାଇ କୁମୁଦିନୀ ଏବଂ ରୀତିଙ୍କୁ ବଛା ଯାଇଥିଲା। ଏମାନେ 21 ସେପ୍ଟେମ୍ବରରେ INS ଗରୁଡ କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ପର୍ଯ୍ୟବେକ୍ଷକ' ଭାବରେ ସ୍ନାତକ ହାସଲ କରିଥିବାବେଳେ ୱିଙ୍ଗ୍ ପୁରସ୍କାର ପାଇଥିଲେ ।

ଏହି ଅବସରରେ ଆଡମିରାଲ ଆଣ୍ଟୋନି ଜର୍ଜ ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହା ଏକ ଐତିହାସିକ ଘଟଣା । ପ୍ରଥମ ଥର ପାଇଁ ମହିଳାମାନଙ୍କୁ ହେଲିକପ୍ଟର ଚଳାଇବା ପାଇଁ ତାଲିମ ଦିଆଯାଉଛି । ଏହି ଅଧିକାରୀମାନେ ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀର ସାମୁଦ୍ରିକ ଅନୁସନ୍ଧାନ ଏବଂ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ବିମାନରେ ସେବା କରିବେ ।

ସମଗ୍ର ସେନାବାହିନୀ ପାଇଁ ଏହା ବହୁ ଖୁସିର ଦିନ। ସବଲେଫନାଣ୍ଟ କୁମୁଦିନୀ ଓ ରୀତି ପରିବାର ନାଁ ସହ ଦେଶର ନାଁ ମଧ୍ୟ ରଖିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଦୁଇ ବୀରଙ୍ଗନାଙ୍କ ବିଷୟରେ କିଛି...

ସବ-ଲେଫନାଣ୍ଟ୍ କୁମୁଦିନୀ ତ୍ୟାଗୀ:

"ପ୍ରତିରକ୍ଷା ସେବାରେ ନିୟୋଜିତ ହେବା ଏବଂ ଦେଶର ସେବା କରିବା ମୋର ସ୍ବପ୍ନ ଥିଲା। ଏହି ଆଉ ଏହି ସ୍ବପ୍ନକୁ ପୁରା କରିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି । ସେଥିପାଇଁ ପିଲାଟି ବେଳୁ ମନଧ୍ୟାନ ଦେଇ ପାଠ ମଧ୍ୟ ପଢିଛି। ମୋତେ ନୌସେନା ହେଲିକପ୍ଟର ଷ୍ଟ୍ରିମରେ ଅବଜରଭର (ଏୟାରବୋର୍ନ୍ ଟ୍ୟାକ୍ଟିସିଆନ୍) ପଦରେ ନିୟୋଜିତ କରାଯାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଆଉ ଏହି ଦାୟିତ୍ବକୁ ଖୁବ୍ ନିଖୁଣ ଭାବେ ତୁଲାଇବାକୁ ଚେଷ୍ଟା ମଧ୍ୟ କରିବି ।" ଏହା କୁହନ୍ତି ଅତି ନିକଟରେ ଇତିହାସରେ ନାଁ ଦାଖଲ କରିଥିବା ଗାଜିଆବାଦର 23 ବର୍ଷୀୟା ଝିଅ ସବଲେଫନାଣ୍ଟ କୁମୁଦିନୀ ତ୍ୟାଗୀ। କୁମୁଦିନୀ କୁହନ୍ତି ଯେ, ଏହା ତାଙ୍କ ପାଇଁ ବଡ ସୌଭାଗ୍ୟର ବିଷୟ। ଝିଅମାନେ କୌଣସି ବି କ୍ଷେତ୍ରରେ ପୁଅମାନଙ୍କ ଠାରୁ କମ୍ ନୁହଁନ୍ତି ।

B Techରେ କଲେଜ ଟପ୍ପର:

କୁମୁଦିନୀଙ୍କ ସମ୍ପୂର୍ଣ୍ଣ ପାଠପଢା ଗାଜିଆବାଦରେ ହିଁ ହୋଇଛି । 10ମ ପର୍ଯ୍ୟନ୍ତ ପାଠପଢା ସେ ରାଜନଗରସ୍ଥିତ ସେଣ୍ଟ ପଲ ସ୍କୁଲରେ ହିଁ କରିଛନ୍ତି । ଏକାଦଶ ଓ ଦ୍ବାଦଶ ଛବିଳଦାସ ସ୍କୁଲ ଏବଂ ଏବିଇଏସ କଲେଜରୁ କମ୍ପ୍ୟୁଟର ସାଇନ୍ସଷ୍ଟ୍ରିମରେ ବିଟେକ୍ କରିଥିଲେ। ବିଟେକ୍‌ରେ କୁମୁଦିନୀ କଲେଜରେ ଟପ୍ପର ହୋଇଥିଲେ। ଏହାପରେ 2018ରେ ଭାରତୀୟ ନୌସେନାରେ ତାଙ୍କର ନିଯୁକ୍ତି ହୋଇଥିଲା।

ଦାଦା ୟୁପି ପୋଲିସରେ ସବଇନ୍ସପେକ୍ଟର ଥିଲେ:

କୁମୁଦିନୀ ତ୍ୟାଗୀ ପ୍ରକୃତରେ ଉତ୍ତରପ୍ରଦେଶସ୍ଥିତ ମେରଟର ଖରଖୋଦା ଗାଁର ନିବାସୀ। 1983 ମସିହାରେ ତାଙ୍କ ପରିବାର ଗାଜିଆବାଦରେ ହିଁ ରହି ଆସୁଛନ୍ତି । ତାଙ୍କ ଦାଦା ସୁରେଶ ଚନ୍ଦ ୟୁପି ପୋଲିସରେ ସବଇନ୍ସପେକ୍ଟର ଥିଲେ। ପିତା ପ୍ରବେଶ କୁମାର ତ୍ୟାଗୀ ସିକ୍ୟୁରିଟି ଏଜେନ୍ସି ପରିଚାଳନା କରନ୍ତି । ପରିବାର କହିଲେ ମାଆ ରୀନା ତ୍ୟାଗୀ, ଭାଇ ଅପୂର୍ବ ପ୍ରବେଶ ଏବଂ ଜେଜେମା ରାଜେଶ କୁମାରୀଙ୍କୁ ବୁଝାଏ ।

ତ୍ୟାଗ କରିଥିଲେ ଲକ୍ଷେ ଟଙ୍କିଆ ପ୍ୟାକେଜ:

ବାପା ପ୍ରବେଶ କୁମାର ତ୍ୟାଗୀ କୁହନ୍ତି ଯେ, କୁମୁଦିନୀର ବିଟେକ୍ ପାଠ ସରିବା ପରେ ତାର ନିଯୁକ୍ତି ଏକ ନାମୀଦାମୀ କମ୍ପାନୀରେ ହୋଇଯାଇଥିଲା। ଯିଏ ଲକ୍ଷେ ଟଙ୍କିଆ ପ୍ୟାକେଜ ଅଫର କରିଥିଲା। କିନ୍ତୁ ଡିଫେନ୍ସ ସର୍ଭିସରେ ସେ କାମ କରିବାର ନିଶା ତାଙ୍କୁ ଏ ପ୍ୟାକେଜ ଛାଡିବାକୁ ବାଧ୍ୟ କରିଥିଲା। କୁମୁଦିନୀ କୁହନ୍ତି ଯେ, ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସେହି ଚାକିରୀରେ ଯୋଗ ଦେବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ସେ ଚାକିରୀ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। କାହିଁକିନା ତାଙ୍କୁ ଡିଫେନ୍ସ ସର୍ଭିସରେ ଯିବାର ନିଶା ଘାରିଥିଲା। ଏହାର କିଛି ଦିନ ପରେ ତାଙ୍କର ନୌସେନାର ନିଯୁକ୍ତି ହୋଇଗଲା।

ପାଠ ପୋକ ଥିଲେ କୁମୁଦିନୀ:

ଯିଏ ପ୍ରତି ମୂହୁର୍ତ୍ତରେ ପାଠ ପଢନ୍ତି। ତାଙ୍କୁ ପାଠ ପୋକ କୁହାଯାଏ। ମା ରୀନା ତ୍ୟାଗୀ କୁହନ୍ତି ଯେ, କୁମୁଦିନୀ ପିଲାବେଳୁ ହିଁ ପାଠ ପଢା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ। ସେ ଏତେ ପଢୁଥିଲେ ଯେ, ତାଙ୍କୁ ଆରାମ କରିବା ପାଇଁ କହିବାକୁ ପଡୁଥିଲା। ଏବେ ବି ସେ ଯେବେ ଛୁଟିରେ ଘରକୁ ଆସେ, ସବୁ କାମ ଛାଡି ପାଠ ପଢିବାକୁ ବସିପଡେ।

ସବ-ଲେଫନାଣ୍ଟ୍ ରୀତି ସିଂହ:

"ମୋ ଜୀବନ କୌଣସି ଚଳଚ୍ଚିତ୍ର ଠାରୁ କମ୍ ନୁହେଁ, ମୋର ପରିବାରରେ ବାପା, ଦାଦା ଓ ଜେଜେବାପାଙ୍କର ଦେଶପ୍ରତି ଉର୍ସଗୀକୃତ ସେବା ମୁଁ ପିଲାବେଳୁ ଦେଖି ଆସୁଛି । ତୃତୀୟପିଢି ଭାବେ ମୁଁ ଏବେ ଏଥିରେ ଯୋଗ ଦେଇଛି ।" ଏହା କହିଛନ୍ତି ସେନା ପରିବାରରେ ଜନ୍ମ ହୋଇଥିବା 24 ବର୍ଷୀୟା ସବ୍-ଲେଫନାଣ୍ଟ ରୀତି ସିଂହ। ପରିବାରର ଉତ୍ତରାଧିକାରୀ ଭାବେ ରୀତି ହେଲିକପ୍ଟର ଷ୍ଟ୍ରିମରେ ଅବଜରଭର (ଏୟାରବୋର୍ନ୍ ଟ୍ୟାକ୍ଟିସିଆନ୍) ଭାବେ ନିଯୁକ୍ତି ପାଇଛନ୍ତି । ଏହା ପୂର୍ବରୁ ନୌସେନାରେ ମହିଳାଙ୍କ ପ୍ରବେଶ ୱିଙ୍ଗ ବିମାନ ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ରୀତି ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ, ଯୁଦ୍ଧ ଜାହାଜରେ ମଧ୍ୟ ମହିଳାଙ୍କ ପ୍ରବେଶ ସମ୍ଭବ। ରୀତିଙ୍କ ବାପା ଜଣେ ଅବସରପ୍ରାପ୍ତ ନୌସେନା କର୍ମଚାରୀ। ସେ 20 ବର୍ଷ ପର୍ଯ୍ୟନ୍ତ ଦେଶର ସେବା କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ଜେଜେବାପା ମଧ୍ୟ କାରଗିଲ ଯୁଦ୍ଧରେ ଲଢେଇ ଲଢିଥିଲେ। ତେଣୁ ରୀତି ଏ ପରମ୍ପରାରୁ ବା କେମିତି ବଞ୍ଚିତ ହୋଇଯାଇଥାନ୍ତେ। ଯୁଦ୍ଧ ଜାହାଜରେ ନିଯୁକ୍ତି ପାଇବା ପରେ ତାଙ୍କ ପରିବାରର ଛାତି ଗର୍ବରେ ଫୁଲି ଉଠିଛି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ରୀତି କୁହନ୍ତି ଯେ, 'ମୁଁ ପିଲାବେଳୁ ହିଁ ଜାଣିଥିଲି ଯେ, ମୁଁ ଦେଶର ସେବା କରିବା ପାଇଁ ହିଁ ଜନ୍ମ ହୋଇଛି । ମୁଁ ମୋ ଜୀବନର ପ୍ରତ୍ୟେକ ସମୟରେ ଏହି ଖୁସିର ମୂହୁର୍ତ୍ତକୁ ଅପେକ୍ଷା କରିଥିଲି। ଯାହା କି ଆଜି ମୁଁ ପାଇଛି '।

ହାଇଦ୍ରାବାଦରେ 18 ବର୍ଷ:

ଉତ୍ତରପ୍ରଦେଶର ମୂଳ ନିବାସୀ ରୀତି ସିଂହ, ଗତ 18 ବର୍ଷ ହେଲା ନିଜ ପରିବାର ସହ ହାଇଦ୍ରାବାଦରେ ରହିଆସୁଛନ୍ତି । ଗୁଞ୍ଜନ ସକ୍ସେନାଙ୍କ ଭଳି ରୀତି ମଧ୍ୟ ନିଜ ପିତାମାତାଙ୍କ ଠାରୁ ପ୍ରଶିକ୍ଷିତ ହୋଇଛନ୍ତି । ଏହା କହିଛନ୍ତି ତାଙ୍କ ବଡ ଭଉଣୀ ରୀୟା ସିଂହ। ଯେପରି ଉକ୍ତ ଚଳଚ୍ଚିତ୍ରରେ ଦେଖାଯାଇଥିଲା ଯେ, କିପରି ଗୁଞ୍ଜନଙ୍କୁ ତାଙ୍କ ବାପା ଓ ମାଆ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି, ଠିକ୍ ସେହିପରି ମୋ ବାପା ଆଉ ରୀତି ସକାଳୁ ଜଲଦି ଉଠିଯାଆନ୍ତି ଏବଂ ପ୍ରବେଶିକା ପରୀକ୍ଷା ପାଇଁ ବାପା ରୀତିଙ୍କୁ ପ୍ରସ୍ତୁତ କରାନ୍ତି। ଯେହେତୁ ମୋ ମାଆ ଜଣେ ଇଂରାଜୀ ଶିକ୍ଷୟିତ୍ରୀ, ତେଣୁ ସେ ରୀତିଙ୍କୁ ଇଂରାଜୀରେ କଥା କହିବା ଶିଖାନ୍ତି । ଆଉ ମୁଁ ଜଣେ ପାଇଲଟ ଭାବେ ରୀତିକୁ ସବୁବେଳେ ସପୋର୍ଟ କରେ।

ରୀତି କୁହନ୍ତି ଯେ, ' ସେନାବାହିନୀରେ ଲିଙ୍ଗଗତ ଭେଦଭାବ କରିବା ଉଚିତ୍ ନୁହେଁ, କାରଣ ପୁଅ ହେଉ କି ଝିଅ ସେନାବାହିନୀରେ ଉଭୟ ସମାନ ପ୍ରଶିକ୍ଷଣ ନେଇଥାଆନ୍ତି ଏବଂ କଠୋର ପରିଶ୍ରମ ମଧ୍ୟ କରିଥାଆନ୍ତି । ଟ୍ରେନିଂ ସମୟରେ ପୁଅ କି ଝିଅ ଦେଖାଯାଏନି। ଉଭୟେ 60 ଘଣ୍ଟା ଧରି ଝାଳ ବୁହାଇଥାଆନ୍ତି । '

2016ରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭବାନୀ କାନ୍ତ, ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅବନୀ ଚତୁର୍ବେଦୀ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ମୋହାନା ସିଂ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ହୋଇଥିଲେ । ବର୍ତ୍ତମାନ 10 ଟି ଯୁଦ୍ଧ ବିମାନ ପାଇଲଟଙ୍କ ସମେତ 1,875 ମହିଳା ଭାରତୀୟ ବାୟୁସେନାରେ ଅଛନ୍ତି । ଯୁଦ୍ଧ ଜାହାଜରେ ମଧ୍ୟ ଅଠର ଜଣ ମହିଳା ଅଧିକାରୀ ନାଭିଗେଟର୍ ନିୟୋଜିତ ଅଛନ୍ତି, ଯେଉଁମାନେ ସୁଖୋଇ -30 MKI ଭଳି ଯୁଦ୍ଧବିମାନରେ ଅସ୍ତ୍ରଶସ୍ତ୍ର ଅପରେଟର ଭାବରେ କାର୍ଯ୍ୟ କରୁଛନ୍ତି ।

ଖାଲି ସେନାବାହିନୀ କାହିଁକି ପୁରା ଦେଶ ପାଇଁ ଏହା ଗର୍ବର ବିଷୟ। ଆଜି ଉଭୟଙ୍କ ପରିବାରରେ ଖୁସିର ଲହରୀ। ମହିଳା ଅଧିକାରୀଙ୍କ ପରାକ୍ରମ ଦେଖିବ ଶତ୍ରୁ ଦେଶ। ଏମିତି ବୀରାଙ୍ଗନା ପାଇ ନୌସେନା କାହିଁକି ବା ଗର୍ବ ନ କରିବ। ଏବେ ବାୟୁସେନା, ନୌସେନା ଓ ସ୍ଥଳସେନାରେ ମହିଳା ଅଧିକାରୀଙ୍କ ପରାକାଷ୍ଠା ଦେଖିବାକୁ ମିଳିବ। ଏବେ ଶତ୍ରୁ ଦେଖିବ ଦେଶର ନାରୀଶକ୍ତିର ଦମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.