ETV Bharat / bharat

ଦୃଷ୍ଟିହୀନ ହେଲେ ବି ଏମାନେ ସକ୍ଷମ - srinagar

ଜନ୍ମରୁ ହରାଇଛନ୍ତି ଦୃଷ୍ଟିଶକ୍ତି। ହେଲେ ଭିନ୍ନକ୍ଷମ ନୁହନ୍ତି ଏମାନେ ସକ୍ଷମ। ବିନା ସାହାରାରେ ନିଜ କାମ ନିଜେ କରୁଛନ୍ତି । ପ୍ରଥମେ ପ୍ରଥମେ ନିଜର କାମ କରିବା କଷ୍ଟକର ହୋଇପଡୁଥିଲା । ହେଲେ ସମୟ ଅନୁସାରେ ବଦଳିଗଲା ସବୁକିଛି ଏବେ ସେମାନେ ରୋଜଗାରକ୍ଷମ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 2, 2019, 9:02 AM IST

Updated : May 2, 2019, 9:20 AM IST

ଶ୍ରୀନଗର : ଜନ୍ମରୁ ହରାଇଛନ୍ତି ଦୃଷ୍ଟିଶକ୍ତି। ହେଲେ ନୁହନ୍ତି ଭିନ୍ନକ୍ଷମ ଏମାନେ ସକ୍ଷମ। ବିନା ସାହାରାରେ ନିଜ କାମ ନିଜେ କରୁଛନ୍ତି । ପ୍ରଥମେ ପ୍ରଥମେ ନିଜର କାମ କରିବା କଷ୍ଟକର ହୋଇପଡୁଥିଲା । ହେଲେ ସମୟ ଅନୁସାରେ ବଦଳିଗଲା ସବୁକିଛି ଏବେ ସେମାନେ ରୋଜଗାରକ୍ଷମ । ଅନ୍ୟକାହାର ବିନା ସାହାଯ୍ୟରେ ସେମାନେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି ।

ଜମ୍ମୁକଶ୍ମୀରର ଦୁଇ ଭାଇ ଗୁଲାମ ନବି ତେଲି ଏବଂ ମହମ୍ମଦ ହୁସେନ ଜନ୍ମରୁ ଦୃଷ୍ଟିହୀନ। ହେଲେ ସେ ଚଳିବା ପାଇଁ କାହା ଉପରେ ନିର୍ଭର କରନ୍ତି ନାହିଁ। ତେବେ ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଏହି ଦୃଷ୍ଟହୀନ ଦୁଇ ଭାଇ ସିଲେଇ ବ୍ୟବାସାୟ କରି ନିଜର ପେଟ ପୋଷନ୍ତି । କେବେ ଟଙ୍କାଟିଏ ପାଇଁ କାହା ଆଗରେ ଏମାନେ ହାତ ପତେଇ ନାହାଁନ୍ତି । ନିଜ କାମ ନିଜେ କରିବା ବାପାଙ୍କ ଠାରୁ ଶିଖୁଛୁ ବୋଲି କହୁନ୍ତି ଏହି ଦୁଇ ଭାଇ।

ବାପାଙ୍କ ନିୟମରେ ଅନୁପ୍ରାଣିତ ହୋଇ ଆଜି ଏମାନେ ବ୍ୟବସାୟ କରୁଛନ୍ତି । ନିଜେ ବିଭିନ୍ନ ପ୍ରକାର ଗଦି ତକିଆ ଆଦି ସିଲାଇ କରି ବିକ୍ରି କରୁଛନ୍ତି । ଆଉ ଅନ୍ୟ ମାନଙ୍କ ପାଇଁ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ।

Intro:Body:

hf

Conclusion:
Last Updated : May 2, 2019, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.