ETV Bharat / bharat

ମଣିପୁରର ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଦୁଇ ସଦସ୍ୟ ଦିଲ୍ଲୀରୁ ଗିରଫ

author img

By

Published : Mar 2, 2020, 11:05 PM IST

ମଣିପୁରର ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଦୁଇଜଣ ସଦସ୍ୟଙ୍କୁ ସ୍ପେଶାଲ ସେଲ ଦିଲ୍ଲୀର ବୁରାଡି ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କ ପରିଚୟ ଲଶ୍ରମ ମଙ୍ଗୋଲିଜାଓ ଏବଂ ହିଜବୁଲ ରେହମାନ ରୂପରେ ହୋଇଛି । ଅଧିକ ପଢନ୍ତୁ...

Two terrorists arrested
ଆତଙ୍କବାଦୀ ସଂଗଠନର ସଦସ୍ୟ

ନୂଆଦିଲ୍ଲୀ: ମଣିପୁରର ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଦୁଇଜଣ ସଦସ୍ୟଙ୍କୁ ସ୍ପେଶାଲ ସେଲ ଦିଲ୍ଲୀର ବୁରାଡି ଅଞ୍ଚଳରୁ ଗିରଫ କରିଛି । ଉଭୟ ମଣିପୁରରୁ ଦୂରରେ ରହି ଆତଙ୍କବାଦୀ ସଂଗଠନକୁ ମଜବୁତ କରିବା ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ । ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା । ଏହା ସହିତ ସେମାନଙ୍କ ମୁଣ୍ଡ ପିଛା 1 ଲକ୍ଷ ଟଙ୍କା ପୁରସ୍କାର ରାଶୀ ଘୋଷଣା କରାଯାଇଥିଲା ।

ନୂଆଦିଲ୍ଲୀ

ଡିସିପି ସଞ୍ଜୀବ ଯାଦବଙ୍କ ଅନୁଯାୟୀ, ମଣିପୁରୀ ଆତଙ୍କବାଦୀ ସଂଗଠନର ଦୁଇଜଣ ଆତଙ୍କବାଦୀ ଦିଲ୍ଲୀରେ ଲୁଚି ରହିଥିବା ସ୍ପେଶାଲ ସେଲର ଟିମ୍‌କୁ ସୂଚନା ମିଳିଥିଲା । ସେମାନେ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଦିଲ୍ଲୀ ଯାଇଥିଲେ ବୋଲି ତଦନ୍ତରୁ ଜଣାପଡିଥିଲା । ଦୁଇ ଆତଙ୍କବାଦୀ ବୁରାଡୀ ଅଞ୍ଚଳକୁ ଆସିବେ ବୋଲି ସ୍ପେଶାଲ ସେଲର ଟିମ୍‌କୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ସ୍ପେଶାଲ ସେଲ ସେମାନଙ୍କୁ ଗିରଫ କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା । ସେମାନଙ୍କୁ ବୁରାଡି ସ୍ଥିତ ନିରଙ୍କାରି ସରୋବର ବସ୍‌ଷ୍ଟପ ନିକଟରୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପରିଚୟ ଲଶ୍ରମ ମଙ୍ଗୋଲିଜାଓ ଏବଂ ହିଜବୁଲ ରେହମାନ ରୂପରେ ହୋଇଛି । ଲଶ୍ରମ ମଣଇପୁରର ନିଷିଦ୍ଧ ଆତଙ୍କବାଦୀ ସଂଗଠନ କାଙ୍ଗଲେପକ୍ କମ୍ୟୁନିଷ୍ଟ ପାର୍ଟିର ଅଧ୍ୟକ୍ଷ ହୋଇଥିବା ବେଳେ ହିଜବୁଲ ରେହମାନ ଏହି ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ଯୋଗାଇବାର କାର୍ଯ୍ୟ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.