ଶ୍ରୀନଗର: ସ୍ବାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ସେନାକୁ ଆଉ ଏକ ସଫଳତା । ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ 2 ଜଣ ଗିରଫ ହୋଇଥିବା ସୂଚନା । ତେବେ ଗିରଫ 2 ଜଣ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ସହଯୋଗୀ ହୋଇଥିବା ଜଣାପଡିଛି ।
ଶୁକ୍ରବାର ଅବନ୍ତିପୋରା ପୋଲିସ, 42 ରାଷ୍ଟ୍ରୀୟ ରାଇଫଲ ଓ 180 ବାାଲିୟନ ସିଆରପିଏଫର ମିଳିତ ଅପରେସନରେ ଜାମ୍ମୁ ଓ କାଶ୍ମୀରର ତ୍ରାଲ ଅଞ୍ଚଳରୁ 2 ଜୈଶ ଆତଙ୍କବାଦୀ ସହଯୋଗୀ ଗିରଫ ହୋଇଥିବା ନେଇ ସୂଚନା ଦେଇଛି ଜାମ୍ମୁ ଓ କାଶ୍ମୀର ପୋଲିସ । ତେବେ ଗିରଫ 2 ଜଣ ଆତଙ୍କବାଦୀଙ୍କୁ ରହିବା ପାଇଁ ଘର ଦେଇଥିବା ବେଳେ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କୁହାଯାଇଛି ।
ପୂର୍ବରୁ ଅଗଷ୍ଟ 12ରେ କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ଆଜାଦ ଲାହରିର ମୃତ୍ୟୁ ହୋଇଥିଲା । ପୋଲିସ ଓ 53 ରାଷ୍ଟ୍ରୀୟ ରାଇଫଲର ମିଳିତ ଅପରେସନରେ ହିଜବୁଲର ଏହି ଆତଙ୍କବାଦୀକୁ ମାରିବାରେ ସଫଳ ହୋଇଥିଲା ସେନା ।