ବେଙ୍ଗାଲୁରୁ: ନୂଆଦିଲ୍ଲୀ ସ୍ଥିତ ଏନଆଇଏ ଟିମ୍ ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘରେ ଚଢାଉ କରିଛି । ଏହାସହ ଅଧିକ ତଦନ୍ତ ପାଇଁ ଦୁଇଜଣଙ୍କୁ ଅଟକ ରଖିଛି। ମୁଖ୍ୟତଃ ଆଇଏସଆଇଏସ ସହ ଜଡିତ ଥିବାରୁ ଏନଆଇ ଏହି ଦୁଇ ସନ୍ଦିଗ୍ଧଙ୍କୁ ସନ୍ଦେହ କରିଥିଲା । ଏହାପରେ ଦୁହିଁଙ୍କୁ ଗିରଫ କରିଛି ଏନଆଇଏ ।
ନିକଟରେ ଏନଆଇଏ ଏକ ଘରୋଇ ହସ୍ପିଟାଲର ଡ଼ଃ ବ୍ରେଭଙ୍କୁ ଗିରଫ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଅଭିଯୁକ୍ତ ଜଣକ କୁରାନ ନାମକ ଏକ ହ୍ବାଟସଆପ୍ ଗ୍ରୁପ୍ରେ ଜଡିତ ଥିଲେ । ଏହି ଗ୍ରୁପ୍ ସହରର କିଛି ଯୁବକଙ୍କୁ ଆଇଏସଆଇଏସରେ ଯୋଗଦେବାକୁ ପ୍ରେରିତ କରୁଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ