ETV Bharat / bharat

ବରଫ ତଳେ ଚାପି ହୋଇ ଦୁଇ ଯବାନ ମୃତ

author img

By

Published : May 15, 2020, 10:34 AM IST

ଉତ୍ତର ସିକିମର ପାର୍ବତ୍ୟ ଲୁଗନାକ ଲା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ବରଫ ସଫା କରୁଥିବାବେଳେ ଦୁଇ ଯବାନ ପ୍ରାଣ ହରାଇଥିବା ଜଣାପଡିଛି ।

ବରଫ ତଳେ ଚାପି ହୋଇ ଦୁଇ ଯବାନ ମୃତ
ବରଫ ତଳେ ଚାପି ହୋଇ ଦୁଇ ଯବାନ ମୃତ

ନୂଆଦିଲ୍ଲୀ: ଉତ୍ତର ସିକିମର ପାର୍ବତ୍ୟାଞ୍ଚଳ ଲୁଗନାକ ଲା ରେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମେ 14 ରେ ପେଟ୍ରୋଲିଂ ଚାଲୁଥିବା ବେଳେ ବରଫ ସଫା କରୁଥିବା ସମୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ଭାରତୀୟ ସେନାର ଜଣେ ଯବାନ ପ୍ରାଣ ହରାଇଛନ୍ତି ।

ତେବେ ପେଟ୍ରୋଲିଂର ଏହି ଗ୍ରୁପରେ 18 ଜଣ ଯବାନ ଥିଲେ । ବରଫ ସଫା କରୁଥିବା ସମୟରେ ଏହି ଦୁଇ ଯବାନ ବରଫ ତଳେ ଫସି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.