ETV Bharat / bharat

କୋରୋନା ଲଢେଇ ଜିତିଥିବା 2 ମୁସଲିମ ଡାକ୍ତର ଦାନ କଲେ ପ୍ଲାଜମା - indor aravinda medical

କିଛି ଦିନ ପୂର୍ବେ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା 2 ଜଣ ମୁସଲିମ ଡାକ୍ତର ଇନ୍ଦୋରର ଅରବିନ୍ଦ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । ଅଧିକ ପଢନ୍ତୁ...

Two Muslim doctors donated plasma in Indore
ଇନ୍ଦୋରରେ ପ୍ଲାଜମା ଦାନ କଲେ ସୁସ୍ଥ ହୋଇଥିବା 2 ମୁସଲିମ ଡାକ୍ତର
author img

By

Published : Apr 27, 2020, 11:21 AM IST

ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରରେ ପ୍ଲାଜମା ଥେରାପି ସହିତ କୋରୋନା ପଜିଟିଭଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କୋରୋନାର ଏକ ହଟସ୍ପଟ ଭାବେ ପରିଚିତ ଇନ୍ଦୋରର ଏକ ଡାକ୍ତରଖାନାରେ ପ୍ଲାଜମା ପଦ୍ଧତି ବ୍ୟବହାର କରି ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ ହୋଇଛି। ସହରର 2 ଜଣ ମୁସଲମାନ ଡାକ୍ତର ସେମାନଙ୍କ ପ୍ଲାଜମା ଦାନ କରିଥିଲେ । ଯାହା ଅନ୍ୟ ଦୁଇ ଆକ୍ରାନ୍ତଙ୍କୁ ଦିଆଯାଇଛି । ଆଉ ଏହା ଭଲ ଫଳାଫଳ ଆଣିବାର ସମ୍ଭାବନା ଅଛି । ତେବେ କୋରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଥେରାପି ଏକ ଆଶା କିରଣ ସଦୃଶ ଅଟେ ।

ଏପରି ଆକ୍ରାନ୍ତ, ଯେଉଁମାନଙ୍କର ଲଗାତାର ଚିକିତ୍ସା ପରେ ମଧ୍ୟ ବଞ୍ଚିବାର ସମ୍ଭାବନା କମ ଥାଏ । ସେହିପରି ଅବସ୍ଥାରେ, ଉକ୍ତ ଆକ୍ରାନ୍ତଙ୍କୁ ଏକ ସୁସ୍ଥ ରୋଗୀଙ୍କ ଶରୀରରୁ ପ୍ଲାଜମା ଦିଆଯାଏ । ଆଉ ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ମଧ୍ୟ ଏହାର ଭଲ ଫଳାଫଳ ଆସିଛି । ତେଣୁ ମଧ୍ୟପ୍ରଦେଶରେ ମଧ୍ୟ ଏହି ଥେରାପି ମଧ୍ୟ ଭଲ କାମ ଦେବା ଆଶାରେ ଆରମ୍ଭ କରାଯାଇଛି ।

ଇନ୍ଦୋର ସହରର 2 ଜଣ ଡାକ୍ତର ଯିଏକି କୋରୋନା ଆକ୍ରାନ୍ତ ହୋଇଥିଲେ । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବାର 14 ଦିନ ପରେ ଅରବିନ୍ଦ ହସ୍ପିଟାଲରେ ରକ୍ତ ପ୍ଲାଜମା ଦାନ କରିଛନ୍ତି। ଉକ୍ତ 2 ଜଣ ହେଲେ, ଡାକ୍ତର ଇଜହର ମହମ୍ମଦ ମୁନସି ଏବଂ ଡାକ୍ତର ଇକବାଲ କୁରେଶି । ସେମାନେ କୋରୋନା ମୁକାବିଲା ପାଇଁ ଉଭୟ 500-500 ଏମଏଲ ରକ୍ତ ପ୍ଲାଜମା ଦାନ କରିଥିଲେ । ମଧ୍ୟପ୍ରଦେଶରେ ବର୍ତ୍ତମାନ ଏହି ସୁବିଧା କେବଳ ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଅଛି । ତେବେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଆହୁରି ଅଧିକ ଏହି ପ୍ଲାଜମା ଦାନ କରିବା ନେଇ ଆଶା କରିଛନ୍ତି ଡାକ୍ତରଖାନାର ଅଧ୍ୟକ୍ଷ ଡାକ୍ତର ବିନୋଦ ଭଣ୍ଡାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.