ETV Bharat / bharat

କୋରୋନା ଭୟ: ହାଇଦ୍ରାବାଦ ହସ୍ପିଟାଲରେ ଆଉ 2 ଭର୍ତ୍ତି - two more admitted in hyderabd hospital

କୋରୋନା ସନ୍ଦେହରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଆଉ 2 ଭର୍ତ୍ତି । ବର୍ତ୍ତମାନ ମୋଟ 21ଜଣଙ୍କ ଚିକିତ୍ସା ଚାଲିଛି । ଅଧିକ ପଢନ୍ତୁ...

two more admitted in hyderabd hospital
ପ୍ରତିକାତ୍ମକ ଫଟୋ
author img

By

Published : Feb 4, 2020, 10:33 PM IST

ହାଇଦ୍ରାବାଦ: କୋରୋନା ସନ୍ଦେହରେ ଆଉ 2 ଜଣ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି। ବର୍ତ୍ତମାନ ସୁଦ୍ଧା ମୋଟ 21 ଜଣ ସହରର ଫିବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ଚୀନ ଫେରନ୍ତା । କୋରୋନା ସନ୍ଦେହରେ ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ସେମାନଙ୍କ ମଧ୍ୟରୁ 19 ଜଣଙ୍କର ରକ୍ତ ନମୁନା ପରୀକ୍ଷା ପରେ ନେଗେଟିଭ ରହିଛି । ସମସ୍ତ ରକ୍ତ ନମୁନା ପୁନେକୁ ପରୀକ୍ଷା ଉଦ୍ଦେଶ୍ୟରେ ପଠାଯାଇଥିଲା । ଆଜି ଆଡମିଟ ହୋଇଥିବା ଦୁଇ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲକୁ କୋରୋନାକୁ ନେଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଫିବର ହସ୍ପିଟାଲ, ଗାନ୍ଧି ଏବଂ ଚେଷ୍ଟ ହସ୍ପିଟାଲରେ ତିନୋଟି ଆଇସୋଲେସନ ୱାର୍ଡ ସମେତ 100ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ରକ୍ତ ନମୁନାର ଫଳ 6ରୁ 8 ଘଣ୍ଟା ଭିତରେ ଜଣାପଡିବ । ବର୍ତ୍ତମାନ ଦୁହିଁଙ୍କୁ ଆଇସୋଲେସନ ୱାର୍ଡରେ 14 ଦିନ ପାଇଁ ରଖାଯିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।

@ANI

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.