ସୀମଲା: ହିମାଚଳପ୍ରଦେଶ କୁଲୁ-ମନାଲି ରୋଡରେ ଭୂସ୍ଖ ଳନ ହେବା ଫଳରେ କୁଲୁ ଅଭିମୁଖେ ଯାଉଥିବା ଏକ ବୋଲ୍ଡର୍ସ 3 ଟି ଗାଡିକୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।
ପୋଲିସର ସୂଚନାନୁସାରେ, ଯାନବାହାନଗୁଡ଼ିକ ପନିପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ କୁଲୁ ଅଭିମୁଖେ ଯାଉଥିଲେ । ଆଜି ସକାଳେ ଭୂସ୍ଖଳନ ହେତୁ ମାଣ୍ଡି ଜିଲ୍ଲାର ହାନୋଗୀ ମନ୍ଦିର ନିକଟରେ ଏନଏଚ- 3 ଉପରେ ଏକ ଟ୍ରକ୍ ସମେତ ବୋଲ୍ଡର୍ସ 3 ଟି ଗାଡିକୁ ଧକ୍କା ଦେଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ।
କୁଲୁ ଅଭିମୁଖେ ଯାଉଥିବା ଏହି ଯାନ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପନିପରିବା ନେଇ ଯାଉଥିଲା । ସେହି ସମୟରେ ଭୂସ୍ଖଳନ ହେତୁ ଗାଡିଗୁଡିକ ପରସ୍ପରକୁ ଧକ୍କା ଦେଇଥିଲା ବୋଲି ମାଣ୍ଡି ପୋଲିସ୍ ଏସପି ଗୁରୁଦେବ ଚାନ୍ଦ ଶର୍ମା କହିଛନ୍ତି ।
ସେପଟେ କୁଲୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ରାଜ୍ୟ ରାଜପଥ ଅବରୋଧ କରାଯାଇଛି । ଫଳରେ 15 ପଞ୍ଚାୟତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।