ETV Bharat / bharat

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, 2 ଦୋଷୀଙ୍କୁ ମୃତ୍ୟୁଦଣ୍ଡ

author img

By

Published : Oct 16, 2020, 10:54 AM IST

ହାପୁରରେ 12 ବର୍ଷ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 2 ଦୋଷୀଙ୍କୁ ମୃତଦଣ୍ଡ ଶୁଣାଇଲେ କୋର୍ଟ । ଗୁରୁବାର ସ୍ବତନ୍ତ୍ର ଜଜ (ପୋକ୍ସୋ ଆକ୍ଟ) ବୀନା ନାରାୟଣ ଏହି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା 2 ଦୋଷୀଙ୍କୁ ମୃତଦଣ୍ଡ

ମିରଟ: ହାପୁରରେ 12 ବର୍ଷ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 2 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣାରେ ଉକ୍ତ ଦୁଇ ଦୋଷୀଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗୁରୁବାର ସ୍ବତନ୍ତ୍ର ଜଜ (ପୋକ୍ସୋ ଆକ୍ଟ) ବୀନା ନାରାୟଣ ଏହି ରାୟ ଶୁଣାଇଛନ୍ତି ।

ଏହି ଘଟଣାରେ ଆଇନଜୀବୀ ହରେନ୍ଦ୍ର ତ୍ୟାଗି କହିଛନ୍ତି, ପୀଡିତାଙ୍କ ଭାଇ ଏହି ଘଟଣାର ପ୍ରମୁଖ ସାକ୍ଷୀ ରହିଥିଲେ । ତାଙ୍କ ଆଖିରେ କିଛି ଦୁର୍ବୃତ୍ତ ପୀଡିତାଙ୍କୁ ଉଠାଇବା ନେଇ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଘଟଣାର ଯାଞ୍ଚ ସମୟରେ ପୀଡିତାଙ୍କ ବେକରେ ଆଘାତ ଲାଗିଥିବାରୁ ତାଙ୍କର ବୟାନ ମୌଖିକ ବଦଳରେ ଲିଖିତ ଆକାରରେ ନିଆଯାଇଥିଲା ।

ଦୋଷୀ ସାବ୍ୟସ୍ତ ହୋଇଥିବା ଅଙ୍କୁର ଓ ସୋନୁ ପୀଡିତାଙ୍କ ଘରେ କାମ କରୁଥିଲେ । 2018, ସେପ୍ଟେମ୍ବର 9 ତାରିଖରେ ନାବାଳିକାଙ୍କ ବାପା ମାଆ କୌଣସି କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ନାବାଳିକା ଓ ତାଙ୍କ ଭାଇ ଘରେ ଏକା ରହିଥିଲେ । ଏହାର ସୁଯୋଗ ନେଇ ଅଙ୍କୁର ଓ ସୋନୁ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ । ପୀଡିତାର ଭାଇ ଚିତ୍କାର କରିବାରୁ ତାର ଗଳା ତଣ୍ଟି କାଟି ଫୋଫାଡି ଦେଇଥିଲେ । ଏହା ପରେ ସେମାନେ ଝିଅକୁ ମାରି ମୃତ ଦେହକୁ ଗୋଦାମରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.