ETV Bharat / bharat

ମାରାଡୋନାଙ୍କ କେରଳ କନେକସନ୍: ହୋଟେଲ ରୁମ ହେଲା ‘ସଂଗ୍ରହାଳୟ’, 5 ଲକ୍ଷରେ ନିଲାମ ହେଲା ଫୁଟବଲ୍

author img

By

Published : Nov 26, 2020, 10:05 PM IST

ଫୁଟବଲର କିମ୍ବଦନ୍ତୀ, ତଥା ଆର୍ଜେଣ୍ଟିନାର ପୂର୍ବତନ ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ନିଧନରେ 2 ଦିନିଆ ଶୋକ ଘୋଷଣା କଲେ କେରଳ ସରକାର । ଅଧିକ ପଢନ୍ତୁ.....

ଫୁଟବଲର କିମ୍ବଦନ୍ତୀ ମାରାଡୋନାଙ୍କ ନିଧନରେ କେରଳରେ 2 ଦିନିଆ ଶୋକ

ଥିରୁଅନନ୍ତପୁରମ: ଫୁଟବଲର କିମ୍ବଦନ୍ତୀ, ତଥା ଆର୍ଜେଣ୍ଟିନାର ପୂର୍ବତନ ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ନିଧନରେ ସାରା ବିଶ୍ବ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ଏହି ସମୟରେ କେରଳ ସରକାର ମଧ୍ୟ ଏହି ତାରକାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏନେଇ କେରଳରେ ଆନୁଷ୍ଠାନିକ ଭାବେ 2 ଦିନିଆ ଶୋକ ପାଳନ ହେବା ନେଇ ଘୋଷଣା କରିଛନ୍ତି କେରଳ ସରକାର ।

କେରଳ ସହ ମାରାଡୋନାଙ୍କ ସମ୍ପର୍କ କିଛି ଭିନ୍ନ ଓ ନିବିଡ ଥିଲା। ମାରାଡୋନା 2012 ମସିହା ଅକ୍ଟୋବର 23ରେ କେରଳ ଆସିଥିଲେ । କେରଳର ଉତ୍ତରରେ ଥିବା କନ୍ନୁର ସହରରେ ଜଣେ ବ୍ୟବସାୟୀ ବବି କେମନନୁରଙ୍କ ନିମନ୍ତ୍ରଣ କ୍ରମେ ସେ କେରଳରେ ପହଞ୍ଚିଥିଲେ | 23 ଅକ୍ଟୋବରରେ କନ୍ନୁରରେ ପହଞ୍ଚିବା ପରେ ସେ ବ୍ଲୁ ନୀଳ ହୋଟେଲରେ ରାତ୍ର ଯାପନ କରିଥିଲେ ।

ତାଙ୍କୁ ଦେଖିବା ପାଇଁ କେରଳର ଅନ୍ୟ ଜିଲ୍ଲା ତଥା ଭାରତର ଅନ୍ୟାନ୍ୟ ରାଜ୍ୟରୁ ମାରାଡୋନାଙ୍କ ପ୍ରଶଂସକମାନେ ମଧ୍ୟ କନ୍ନୁରରେ ପହଞ୍ଚିଥିଲେ । ପ୍ରଶଂସକଙ୍କ ଦୀର୍ଘ ଘଣ୍ଟା ଅପେକ୍ଷା ପରେ, ଡିଏଗୋ ମାରାଡୋନା ସେ ରହୁଥିହା ହୋଟେଲର ଝରକା ଖୋଲି ତଳେ ରୁଣ୍ଡ ହୋଇଥିବା ପ୍ରସଂଶକଙ୍କର ଅଭିବାଦନ ଗ୍ରହଣ କରିଥିଲେ ।

ସେବେଠାରୁ ସେ ଅବସ୍ଥାନ କରିଥିବା ବ୍ଲୁ ହୋଟେଲ ସେହି କୋଠରୀକୁ ମାରାଡୋନା ସଂଗ୍ରହାଳୟରେ ପରିଣତ କଲେ । ସେ ବ୍ୟବହାର କରିଥିବା ସମସ୍ତ ଆସବାବପତ୍ର ଏବଂ ଉତ୍ତୋଳନ କରିଥିବା ଚିତ୍ରଗୁଡ଼ିକ ସଂଗ୍ରହାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରଖାଯାଇଛି ।

ଫୁଟବଲର ଭଗବାନ କୁହାଯାଉଥିବା ଏହି କିମ୍ବଦନ୍ତି କ୍ରିଡାବିତଙ୍କ ଲାଗି ଉଦ୍ଦିଷ୍ଟ ସେହି ସଂଗ୍ରହାଳୟ ପରିଦର୍ଶନ କରିବା ପାଇ ଆଜି ମଧ୍ୟ ତାଙ୍କ ପ୍ରସଂଶକଙ୍କ ମଧ୍ୟରେ ଆଗ୍ରହ କମିନଥିବା ଦେଖାଯାଏ । ସେ କେରଳରେ କିଛି ସମୟ ପାଇଁ ଖେଳିଥିବା ଫୁଟବଲ 5 ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରସଂଶକ ମାନେ ଯେତେବେଳେ ‘ଶୁଭ ଜନ୍ମଦିନ ଡିଏଗୋ’ ବୋଲି ପାଟି କରିଥିଲେ, ମାରାଡୋନା ଏହାର ଉତ୍ତରରେ କହିଥିଲେ, ‘ଭିଭା ଇଣ୍ଡିଆ, ଭିଭା ଇଣ୍ଡିଆ, ମୁଁ କେରଳକୁ ଭଲ ପାଏ !’

ବୁଧବାର ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ହୋଇଥିଲା । ଏହି କିମ୍ବଦନ୍ତି ଫୁଟବଲ ଖେଳାଳୀଙ୍କ ଦେହାନ୍ତରେ ପୁରା କ୍ରୀଡା ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ସମଗ୍ର କ୍ରିଡା ଜଗତରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.