ଶ୍ରୀନଗର: ଭୂସର୍ଗରେ ପୁଣି ପାକ୍ର ଅସ୍ତ୍ରବିରତି ଉଲ୍ଲଙ୍ଘନ । ପାକିସ୍ତାନୀ ସେନା ଗୁଳିରେ 2 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ସେପଟେ, ପାକିସ୍ତାନ ଅଧିକୃତ ଅଞ୍ଚଳରୁ ଜଣେ ବ୍ୟକ୍ତି ଏଲଓସି ପାର ହେଉଥିବା ବେଳେ ତାକୁ ଗିରଫ କରିଛି ସେନା । ରଜୌରୀ ଜିଲ୍ଲା ନୌସେରା ସେକ୍ଟରରୁ ଗିରଫ କରାଯାଇଥିବା ବେଳେ ତା’ ପାଖରୁ କୌଣସି ହତିଆର କିମ୍ବା ଅସ୍ତ୍ରଶସ୍ତ୍ର ମିଳିନାହିଁ।
ସେନା ପ୍ରବକ୍ତାଙ୍କ କହିବା ଅନୁସାରେ, ଦିନ ଦ୍ବିପ୍ରହର ସମୟରେ ପାକିସ୍ତାନ ପଟୁ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ ସାଙ୍ଗକୁ ମୋର୍ଟାର ମାଡ । ଯାହାର କଡା ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି । ଶାହପୁର ଓ କିରାନୀରେ ଭାରତୀୟ ସେନା ମୁଁହତୋଡ ଜବାବ ଦେଉଛି। ଅନ୍ୟପଟେ, ଇଖାଲା ପ୍ଲାମର ଅଞ୍ଚଳରୁ ତାରିଖ ହୁସେନ ୱାନୀ ନାମକ ଏକ ଆତଙ୍କବାଦୀକୁ ଧରିବାରେ ସଫଳ ହୋଇଛି ସେନା । ଏହି ଆତଙ୍କବାଦୀ ଠାରୁ ରାଇଫଲ ସହ 64 ଜୀବନ୍ତ କ୍ୟାଟ୍ରିଜ ଜବତ କରାଯାଇଛି।