କୋଥାଗୁଡେମ: ପୋଲିସ ପାଇଁ ପୋଲିସ ଶତ୍ରୁ । ନକ୍ସଲଙ୍କ ପାଇଁ ସାଥି ସାଜିଥିଲା ପୋଲିସ । ଯେଉଁ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଉଥିଲା ପୋଲିସ ସେ ଗୁଳିଗୋଳା ଅସ୍ତ୍ରଶସ୍ତ୍ର ଲାଲ ବାହିନୀକୁ ଯୋଗାଉଥିଲା ପୋଲିସ । ଏମିତି ଖାକିରେ ଲୁଚିରହିଥିବା ବିଶ୍ବାଘାତକ ଖବର ସାମ୍ନାକୁ ଆସିଛି । ଛତିଶଗଡ଼ର ମାଓ ପ୍ରବାଭିତ ସୁକମା ଜିଲ୍ଲାର ମାଓବାଦୀଙ୍କୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗରେ ଦୁଇ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ପୋଲିସର ସୂଚନାନୁସାରେ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପୋଲିସ (ଏଏସଆଇ) ଆନନ୍ଦ ଯାଦବ ଏବଂ ଜଣେ ହେଡ କନଷ୍ଟେବଳ ସୁଭାଷ ସିଂ ନକ୍ସଲମାନଙ୍କୁ ଗୁଳି ଯୋଗାଉଥିବା ଜଣାପଡିଛି ।
ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଏକ ସପ୍ଲାଇ ଚେନ୍ ଅନୁସନ୍ଧାନ ପାଇଁ ଛତିଶଗଡ ପୋଲିସ ଦ୍ବାରା ଏକ ନଅ ଜଣିଆ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଥିଲା । ଏହାପରେ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ ଦୁଇ ଜଣ ପୋଲିସ ସାମିଲ ଥିବା ଜଣାପଡିଥିଲା ।
ଗିରଫ ଏସଆଇ ଓ ହେଡ କନଷ୍ଟେବଳଙ୍କୁ ଏସଆଇଟି ପଚରାଉଚରା କରୁଛି ବୋଲି ସୁକମା ପୋଲିସ ଅଧୀକ୍ଷକ ସଲଭ ସିହ୍ନା ସୂଚନା ଦେଇଛନ୍ତି ।