ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ 2ଟି ବଡ ଧରଣର ପ୍ରଦର୍ଶନ ହେବ । ଅପରାହ୍ନ 1ଟା ସମୟରେ ଭୀମ ଆର୍ମି ପକ୍ଷରୁ ମସଜିଦ ଗେଟ ନମ୍ବର-1ରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ବିକ୍ଷୋଭ କରିବାକୁ ଆହ୍ବାନ ଦିଆଯାଇଛି। ସେପଟେ ଅନ୍ୟ କେତେକ ସଙ୍ଗଠନ ସନ୍ଧ୍ୟା 5ଟା ବେଳେ ରାଜୀବଚୌକ ମେଟ୍ରୋ ଷ୍ଟେସନର ଗେଟ ନମ୍ବର-7 ରେ ପ୍ରଦର୍ଶନର ଆହ୍ବାନ ଦେଇଛନ୍ତି।
ଦିଲ୍ଲୀ ପୋଲିସ ପାଇଁ ଆଜିର ଦିନ ବହୁତ ବଡ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ। ଅପରାହ୍ନ ପରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବିଗିଡିବାର ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏକାଥରକେ 40ରୁ ଊର୍ଦ୍ଧ୍ବ ବିକ୍ଷୋଭ ହେବାର ଆଶଙ୍କା ରହିଛି। ଏହି ପ୍ରଦର୍ଶନ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।