ETV Bharat / bharat

ଟିଏମସି ବିଧାୟକଙ୍କୁ ହତ୍ୟା ଘଟଣା, 2 ଗିରଫ

ଖୋଲିବ ଟିଏମସି ବିଧାୟକ ସତ୍ୟଜିତ୍ ବିଶ୍ବାସ ହତ୍ୟା ଘଟଣାର ଗୁମର । ପୋଲିସ 2 ଜଣଙ୍କୁ ଗିରଫ କରି ସାରିଛି । ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବିଜେପି-ଟିଏମସି ବାକ୍ ଯୁଦ୍ଧ ଚାଲିଛି । ଖାଲି ଏତିକି ନୁହଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟକରା ଟକରି ହୋଇଛନ୍ତି । ଏଭଳି ସ୍ଥଳେ ସତ୍ୟଜିତ୍ ବିଶ୍ବାସଙ୍କୁ ହତ୍ୟା କରାଯିବା ରାଜନୈତିକ ଉଷ୍ଣତାକୁ ବଢାଇ ଦେଇଛି ।

author img

By

Published : Feb 10, 2019, 2:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡି଼ଆ

କୋଲକାତା: ଟିଏମସି ବିଧାୟକ ସତ୍ୟଜିତ୍ ବିଶ୍ବାସ ହତ୍ୟା ଘଟଣାରେ ଗିରଫ ହେଲେ 2 ଜଣ । ଦୁଇ ଅଭିଯୁକ୍ତ ହେଲେ କାର୍ତ୍ତିକ ମଣ୍ଡଳ ଏବଂ ସୁଜିତ ମଣ୍ଡଳ । ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପୋଲିସ ଗିରଫ ନେଇ ସୂଚନା ଦେଇଛି । ଏହାକୁ ନେଇ ବିଜେପି-ଟିଏମସି ବାକ୍ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି । ପୋଲିସ ଏହି ଦୁଇ ଜଣଙ୍କ ପାଖରୁ ଅନେକ କିଛି ତଥ୍ୟ ବାହାର କରିବ ବୋଲି ଆଶା ରଖିଛି । ଗୁଳି ମାରିବା ପଛରେ ଉଦ୍ଦେଶ୍ୟ କଣ ଏବଂ କାହା ଇଙ୍ଗିତରେ ହତ୍ୟା କରାଯାଇଛି ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରିବ ।

କ୍ରିଷ୍ଣାଗଞ୍ଜ ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି ସତ୍ୟଜିତ୍ ବିଶ୍ବାସ । ସୂଚନା ଅନୁଯାୟୀ, ସରସ୍ବତୀ ପୂଜାରେ ସାମିଲ ହେବା ପାଇଁ ବିଧାୟକ ସତ୍ୟଜିତ ନିଜ ଅଞ୍ଚଳକୁ ଆସିଥିଲେ । ସମାରୋହ ଶେଷକରି ଯାଉଥିବାବେଳେ ଭିଡ଼ ମଧ୍ୟରୁ କେହି ସତ୍ୟଜିତଙ୍କୁ ଗୁଳି କରିଥିଲେ । ଫଳରେ ସେହିଠାରେ ହିଁ ସତ୍ୟଜିତ ତଳେ ପଡ଼ିଯାଇଥିଲେ । ଏହି ହତ୍ୟା ପଛରେ ବିଜେପିର ହାତ ଅଛି ବୋଲି ଦିବଂଗତ ବିଧାୟକଙ୍କ ଦଳ ଟିଏମସି ଦାବି କରିଛି । ଏ ନେଇ ପୂର୍ବତନ ଟିଏମସି ନେତା ତଥା ଏବେର ବିଜେପି ନେତା ମୁକୁଲ ରୟଙ୍କ ବିରୋଧରେ ଏତଲା ଦିଆଯାଇଛି ।

ତେବେ ବିଜେପି ଅଭିଯୋଗକୁ ଖଣ୍ଡନ କରିସାରିଛି । ଟିଏମସି ସବୁବେଳେ ଏମିତି ଅଭିଯୋଗ କରେ କିନ୍ତୁ ପ୍ରମାଣ କରିପାରେ ନାହିଁ ବୋଲି ଯୁକ୍ତି ବାଢିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି ।

undefined

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.