ETV Bharat / bharat

'ହରେଲି' ଛୁଟିକୁ ନେଇ ବିଜେପି ଓ କଂଗ୍ରେସର ଟ୍ବିଟର ୱାର - ଟ୍ବିଟର୍‌ ୱାର୍‌

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 'ହରେଲି'କୁ ସାର୍ବଜନୀକ ଛୁଟି ଘୋଷଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି ଟ୍ବିଟର୍‌ ୱାର୍‌ ।

ଫାଇଲ ଫଟୋ
author img

By

Published : Aug 3, 2019, 2:25 PM IST

ନୂଆଦିଲ୍ଲୀ: ଶୁକ୍ରବାର କୃଷିଭିତ୍ତିକ ପର୍ବ 'ହରେଲି' ଛତିଶଗଡ଼ର ପୁରପଲ୍ଲୀରେ ବେଶ ଧୂମଧାମର ସହ ପାଳିତ ହୋଇଯାଇଛି । ସେପଟେ ପ୍ରଥମ ଥର ପାଇଁ ରାଜ୍ୟରେ ଶାସନ କରୁଥିବା କଂଗ୍ରେସ ସରକାର ଏହାକୁ ସାର୍ବଜନୀନ ଛୁଟି ଭାବେ ଘୋଷଣା କରିଥିଲେ । ଯାହାକୁ ନେଇ ବିଜେପିର ପୂର୍ବତନ ମନ୍ତ୍ରୀ ଅଜୟ ଚନ୍ଦ୍ରାକର ଏବଂ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି ।

Twitter war
ଫଟୋ ସୌଜନ୍ୟ: ଟ୍ବିଟର@Chandrakar_Ajay

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 'ହରେଲି'କୁ ସାର୍ବଜନୀନ ଛୁଟି ଘୋଷଣା କରିବା ପରେ ଏହାକୁ କେନ୍ଦ୍ର କରି ବିଜେପି ନେତା ଅଜୟ ଚନ୍ଦ୍ରାକର ଏକ ଟ୍ବିଟ୍ କରିଥିଲେ । ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଟାର୍ଗେଟ୍ କରିଥିଲେ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଟ୍ବିଟର୍‌ ୱାର ।

Twitter war
ଫଟୋ ସୌଜନ୍ୟ: ଟ୍ବିଟର@Chandrakar_Ajay

ଅଜୟ ଚନ୍ଦ୍ରାକର ଟ୍ବିଟର୍‌ରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ କେତୋଟି ପ୍ରଶ୍ନର ଉତ୍ତର ଶୁଭକାମନା ସହ ମାଗିଥିଲେ । ଯାହାର ଜବାବରେ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବ ଏକ ଟ୍ବିଟ୍ କରିଥିଲେ । ଚନ୍ଦ୍ରାକରଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ ରହିଛି । ଏଥିପାଇଁ ତାଙ୍କୁ ଏକ ହସ୍ପିଟାଲର ଠିକଣା ଦେଇଥିଲେ । ଏହାସହିତ କହିଥିଲେ ଯଦି ଛତିଶଗଡ ପର୍ବର ଉତ୍ସବ ପାଳିବା ଏବଂ କୃଷିର ବିକାଶ କରିବା ଆପଣଙ୍କୁ ଛତିଶଗଡ ବିରୋଧୀ ଲାଗୁଛି , ତାହେଲେ ଆପଣ ଏହି ଠିକଣାରେ ଟିକେଟ୍‌ କାଟନ୍ତୁ । ଚିକିତ୍ସାର ଖର୍ଚ୍ଚ ଆମେ ଉଠେଇବୁ।

Twitter war
ଫଟୋ ସୌଜନ୍ୟ: ଟ୍ବିଟର @Devendra_1925

ତେବେ ଉଭୟଙ୍କ ଏହି ଟ୍ବିଟର୍‌ ୱାର ଏତିକିରେ ଶେଷ ହୋଇନଥିଲା । ଏହାପରେ ଉଭୟ ନେତାଙ୍କ ସହ ଦଳର ଅନ୍ୟ ନେତାଙ୍କ ମଧ୍ୟରେ କଟାକ୍ଷ ଲାଗି ରହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.