ETV Bharat / bharat

ଏବେ ଦେଖି ହେବ ଗୋଟିଏ ଟ୍ବିଟର ମୋଟ ରିଟ୍ବିଟ ସଂଖ୍ୟା - ଟ୍ବିଟର ଖବର

ଟ୍ବିଟର ୟୁଜର୍ସଙ୍କ ପାଇଁ ଏକ ନୂଆ ସୁବିଧା ଆସିଛି । ଗୋଟିଏ ଟ୍ବିଟର ସମସ୍ତ ରିଟ୍ବିଟ ଓ କମେଣ୍ଟସକୁ ଏକାଠି କରି ଏକ ହ୍ୟାଣ୍ଡଲିଷ୍ଟ ବନାଇବ ଟ୍ବିଟର । ଅଧିକ ପଢନ୍ତୁ...

ଏବେ ଦେଖିହେବ ଗୋଟିଏ ଟ୍ବିଟର ମୋଟ ରିଟ୍ବିଟ ସଂଖ୍ୟା

author img

By

Published : May 16, 2020, 9:51 PM IST

ୱାଶିଂଟନ: ଟ୍ବିଟର ୟୁଜର୍ସଙ୍କ ପାଇଁ ଏକ ନୂଆ ସୁବିଧା ଆସିଛି । ଏବେ ଗୋଟିଏ ଟ୍ବିଟର ମୋଟ ରିଟ୍ବିଟ ସଂଖ୍ୟା ଦେଖି ହେବ । ଅର୍ଥାତ ଗୋଟିଏ ଟ୍ବିଟ କେତେ ଥର ରିଟ୍ବିଟ ହୋଇଛି ତାହା ଦେଖିପାରିବେ ୟୁଜର୍ସ । ଏନେଇ ଟ୍ବିଟର ପକ୍ଷରୁ ସୂଚନା ଦିଆଯାଇଛି ।

ଖୁବଶୀଘ୍ର ଏହି ଫିଚର ଟ୍ବିଟରରେ ଆଡ୍ ହେବାକୁ ଯାଉଛି । ଗୋଟିଏ ଟ୍ବିଟର ସମସ୍ତ ରିଟ୍ବିଟ ଓ କମେଣ୍ଟସକୁ ଏକାଠି କରି ଏକ ହ୍ୟାଣ୍ଡଲିଷ୍ଟ ବନାଇବ ଟ୍ବିଟର । ଏହି ସୁବିଧା ପାଇବାକୁ ୟୁଜର୍ସଙ୍କୁ ଗୋଟିଏ ଟ୍ବିଟ ଉପରେ ଟାପ୍ କରି ରଖିବାକୁ ହେବ । ଏହାପରେ ରିଟ୍ବିଟ୍ସ ଶବ୍ଦ ଉପରେ କ୍ଲିକ କରିବାକୁ ହେବ । ତା' ପରେ ଉକ୍ତ ଟ୍ବିଟ କେତେ ଥର ରିଟ୍ବିଟ ହୋଇଛି ଜଣାପଡିଯିବ ।

ଏହାସହ ସେଠାରେ 2ଟି ଅପସନ ଦେଖାଇବ । ଗୋଟିଏରେ ରିଟ୍ବିଟ ୱିଥ କମେଣ୍ଟସ୍ ଏବଂ ଆଉ ଗୋଟିଏରେ ବିନା କମେଣ୍ଟସ୍ ଅପସନ ଆସିବ । ତେବେ ଏହି ଅପସନ ବର୍ତ୍ତମାନ ପାଇଁ କେବଳ ଆଇଓଏସ ଭର୍ସନ ସ୍ମାର୍ଟଫୋନରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି । ଆଗାମୀ ଦିନରେ ଏହି ଫିଚର ୱେବ ଆପ୍ ଓ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆସିବାର ଯୋଜନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.