ETV Bharat / bharat

ଟିଏସଆରଟିସି କର୍ମଚାରୀ ଆନ୍ଦୋଳନ: ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

ତେଲେଙ୍ଗାନାରେ ଦୀର୍ଘ ଦିନ ହେଲା ଲାଗିରହିଛି ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ । ତେଲେଙ୍ଗାନା ରାଜ୍ୟ ସଡକ ପରିବହନରେ କାର୍ଯ୍ୟରତ କର୍ମଚାରୀ ଚଳନ୍ତା ବସ ଆଗରେ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି ।

author img

By

Published : Oct 29, 2019, 8:57 AM IST

ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ତେଲେଙ୍ଗାନାରେ ଦୀର୍ଘ ଦିନ ହେଲା ଲାଗିରହିଛି ଟିଏସଆରଟିସି କର୍ମଚାରୀଙ୍କ ଧର୍ମଘଟ । ତେଲେଙ୍ଗାନା ରାଜ୍ୟ ସଡକ ପରିବହନରେ କାର୍ଯ୍ୟରତ କର୍ମଚାରୀ ଚଳନ୍ତା ବସ ଆଗରେ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି ।

ଭେଙ୍କଟା ନାମକ ଡ୍ରାଇଭର ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସେ ଚଳନ୍ତା ବସ ଆଗରେ ଡେଇଁବା ପାଇଁ ଚେଷ୍ଟା କରିବାବେଳେ ତାଙ୍କୁ ସାଧାରଣ ଲୋକେ ଉଦ୍ଧାର କରିଛନ୍ତି । ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଥିବାରୁ ସେ ମାନସିକ ଅବସାଦରେ ଅଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ 4 ଜଣ ଟିଏସଆରଟିସି କର୍ମଚାରୀ ନିଜର ଆର୍ଥିକ ପରିସ୍ଥିତିର ଦୁର୍ବଳତା ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଅକ୍ଟୋବର 5 ତାରିଖ ଦିନରୁ ଆରମ୍ଭ ହୋଇଥିବା ଟିଏସଆରଟିସିର ଧର୍ମଘଟ ଦୀର୍ଘ 23 ଦିନ ହେଲାଣି ଚାଲିଛି । ତେଲେଙ୍ଗାନା ରାଜ୍ୟର 48 ହଜାର ଟିଏସଆରଟିସି କର୍ମଚାରୀଙ୍କୁ କାର୍ଯ୍ୟରୁ ବହିସ୍କାର କରାଯାଇଛି । ଟିଏସଆରଟିସିର ମିଳିତ କ୍ରିୟାନୁଷ୍ଠାନ କମିଟି ରାଜ୍ୟ ସରକାରଙ୍କୁ ନୂତନ ଦରମା ଓ ନିଜର ଦାବି ଗୁଡିକ ବିଷୟରେ ଆନ୍ଦୋଳନରେ ବସିଛନ୍ତି ।

ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆନ୍ଦୋଳନରତ 48 ହଜାର ଆରଟିସି କର୍ମଚାରୀ ମାନଙ୍କ ସହ ଆଲୋଚନା ପାଇଁ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଗୁଡିକ ଯଥା କଂଗ୍ରେସ ଓ ଟିଡିପି ଏହି ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କ ଦାବି ଯଥାର୍ଥ ରହିଛି ବୋଲି କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.