ETV Bharat / bharat

ରାଜପରିବାର ସଦସ୍ୟଙ୍କୁ ଟ୍ରମ୍ପଙ୍କ ସ୍ପଷ୍ଟ ବାର୍ତ୍ତା: ‘ମିଳିବନି ସୁରକ୍ଷା’ - ଡୋନାଲଡ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆମେରିକା ଆସିଥିବା ଲଣ୍ଡନ ରାଜପରିବାରର 2 ସଦସ୍ୟଙ୍କୁ ସୁରକ୍ଷା ଯୋଗାଇବାକୁ ସେ ମନା କରିଛନ୍ତି । ଅଧିକ ପଢନ୍ତୁ...

ରାଜପରିବାର ସଦସ୍ୟଙ୍କୁ ଟ୍ରମ୍ପଙ୍କ ସ୍ପଷ୍ଟ ବାର୍ତ୍ତା: ‘ମିଳିବନି ସୁରକ୍ଷା’

author img

By

Published : Mar 31, 2020, 8:37 AM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରନେତା ଡୋନାଲ୍ଡ ଟ୍ରମ୍ପ ନିଜ କଡା ଓ ନିର୍ଭୀକ ଅନ୍ଦାଜ ପାଇଁ ପରିଚିତ । ଯାହାର ଆଉ ଏକ ସ୍ପଷ୍ଟ ଚିତ୍ର ନିକଟରେ ଦେଖିବାକୁ ମିଳିଛି । କାନାଡାରୁ ଆମେରିକା ଆସିଥିବା ଲଣ୍ଡନ ରାଜପରିବାରର 2 ସଦସ୍ୟଙ୍କୁ ସୁରକ୍ଷା ଯୋଗାଇବାକୁ ସେ ମନା କରିଛନ୍ତି ।

ସୂଚନା ଅନୁସାରେ ଟ୍ରମ୍ପ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଘାନ ମର୍କେଲଙ୍କୁ ସୁରକ୍ଷା ଦେବେନି ବୋଲି ସ୍ପଷ୍ଟ କରିଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ପରିସ୍ଥିତି ବର୍ତ୍ତମାନ ଭଲ ନାହିଁ । ଆମକୁ ପ୍ରତିଟି ଲୋକଙ୍କ ବିଷୟରେ ଭାବିବାକୁ ପଡିବ । ଏହି ସମୟରେ ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ପ୍ରୋଟୋକଲ ଯୋଗାଇବା ଅସମ୍ଭବ । ଇଂଲଣ୍ଡର ରାଣୀଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ରହିଛି । ସେ ମୋର ଉତ୍ତମ ବନ୍ଧୁ କିନ୍ତୁ ମୁଁ ପରିସ୍ଥିତିର ଦାସ ବୋଲି ଟ୍ରମ୍ପ କହିଛନ୍ତି ।

ଆମେରିକା ସେମାନଙ୍କୁ ସୁରକ୍ଷା କିମ୍ବା ସୁରକ୍ଷାଜନିତ ଅର୍ଥ ଯୋଗାଇବାରେ ଅସମର୍ଥ । ଏହାସହ ସେ ହ୍ୟାରୀ ଓ ମେଘାନଙ୍କୁ ନିଜ ସୁରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ହ୍ୟାରୀଙ୍କ ମୁଖପାତ୍ର କହିଛନ୍ତି ଯେ ସେମାନେ ସୁରକ୍ଷା ପାଇଁ ହ୍ବାଇଟ ହାଉସ ଉପରେ ନିର୍ଭରଶୀଳ ନୁହଁନ୍ତି । ଉଭୟ ନିଜ ସୁରକ୍ଷାର ବ୍ୟବସ୍ଥା ଆଗରୁ କରିସାରିଛନ୍ତି । ନିକଟରେ ହ୍ୟାରୀ କିଛି ନିଷ୍ପତ୍ତି ନେଇ ଟ୍ରମ୍ପଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ । ଯାହାକୁ ନେଇ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, କାନାଡାର ଭ୍ୟାଙ୍କଓଭରରେ ବିଳାସମୟ କୋଠା ଛାଡି ଆମେରିକାର ଲସ ଏଞ୍ଜେଲେସକୁ ଫେରିଆସିଛନ୍ତି ହ୍ୟାରୀ ଓ ମେଘାନ । ଏଠାରେ ମେଘାନଙ୍କ ମାଆ ରହୁଥିବାବେଳେ ସେ ପିଲାବେଳୁ ଏହି ସହରରେ ବଢିଛନ୍ତି । ହଲିଉଡରେ କ୍ୟାରିୟର କରିବାକୁ ସେ ଆମେରିକା ଫେରିଥିବା କୁହାଯାଉଛି । କାନାଡାରେ କୋରୋନା ଭାଇରସର ଆତଙ୍କ ସୃଷ୍ଟି ହେବା ପରେ ଉଭୟ ନିଜ ଛୋଟ ପୁଅ ସହ ପ୍ରାଇଭେଟ ଜେଟରେ ଏଠାକୁ ଆସିଥିଲେ । ଉଭୟ ଦେଶର ସୀମା ବନ୍ଦ ହେବାର କିଛି ସମୟ ପୂର୍ବରୁ ସେମାନେ ପଳାଇଆସିଥିଲେ । ସୂଚନାଯୋଗ୍ୟ ପୂର୍ବରୁ ରାଜପରିବାରର ସଦସ୍ୟତା ଛାଡିବାକୁ ଘୋଷଣା କରିଥିବା ପ୍ରିନ୍ସ ଓ ମେଘାନଙ୍କ ଅନ୍ତିମ ତାରିଖ ମାର୍ଚ୍ଚ 31(ମଙ୍ଗଳବାର) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.