ETV Bharat / bharat

ଭାରତ ଗସ୍ତରେ ସିଏଏ-ଏନଆରସି ପ୍ରସଙ୍ଗ ଉଠାଇବେ ଟ୍ରମ୍ପ !

author img

By

Published : Feb 22, 2020, 2:56 PM IST

ଭାରତ ଗସ୍ତ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଶୁକ୍ରବାର ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

trump-raise-religious-freedom-issue
ମୋଦି-ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ବଢିଲା ଭାରତର ଚିନ୍ତା । ଭାରତ ଗସ୍ତ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଶୁକ୍ରବାର ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି । ଭାରତର ଗଣତାନ୍ତ୍ରିକ ପ୍ରଥା ଏବଂ ପ୍ରତିଷ୍ଠାନ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ଗଭୀର ସମ୍ମାନ ରହିଛି । ଏହାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆମେରିକା ସର୍ବଦା ଭାରତକୁ ପ୍ରେରଣା ଦେବ ବୋଲି ହ୍ବାଇଟ ହାଉସ କହିଛି ।

ଟ୍ରମ୍ପ ନିଜ ଗସ୍ତରେ ‘ସିଏଏ’ କିମ୍ବା ‘ଏନ୍‌ଆର୍‌ସି’ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ କି ନାହିଁ ବୋଲି କିଛି ଗଣମାଧ୍ୟମ ପ୍ରତିନିଧିମାନେ ହ୍ଵାଇଟ୍‌ ହାଉସ୍‌ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ଅଧିକାରୀ ଜଣଙ୍କ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଏବଂ ଆମେରିକାର ଗଣତାନ୍ତ୍ରିକ ପରମ୍ପରା ଏବଂ ଧାର୍ମିକ ସ୍ବାଧୀନତା ସମ୍ବନ୍ଧରେ ଆଲୋଚନା କରିବେ । ସେ ଏହି ପ୍ରସଙ୍ଗକୁ ମୋଦିଙ୍କ ସାମ୍ନାରେ ଉଠାଇବେ । ଖାସକରି ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ, ଯାହା ଟ୍ରମ୍ପ ପ୍ରଶାସନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ସେ ଆହୁରି କହିଛନ୍ତି ଯେ, ଏନଆରସି ଏବଂ ସିଏଏକୁ ନେଇ ଆମେ କିଛି ମାତ୍ରାରେ ଚିନ୍ତିତ ଅଛୁ । ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସମୟରେ ଏ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତର ଗଣତାନ୍ତ୍ରିକ ମୂଳଦୁଆ ସୁଦୃଢ଼ ରହିଛି । ନିଜର ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ସମ୍ମାନ ଏବଂ ସବୁ ଧର୍ମ ପ୍ରତି ସମବ୍ୟବହାର ବଜାୟ ରଖିବା ପାଇଁ ଆମେ ବିଶ୍ବକୁ ଭାରତର ଉଦାହରଣ ଦେଉ । ତେଣୁ ରାଷ୍ଟ୍ରପତି ଟ୍ରମ୍ପ ନିଶ୍ଚୟ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବାଧୀନତା ସମ୍ବନ୍ଧୀୟ ଆମେରିକା ଆୟୋଗ(USCIRF) ଏକ ରିପୋର୍ଟ ଜାରି କରି ଭାରତରେ ଧାର୍ମିକ ଉତ୍ପୀଡନାର ମାମଲା ବୃଦ୍ଧି ହେଉଥିବା ଦାବି କରିଥିଲା । ନାଗରିକତା ସଂଶୋଧନ ଆଇନ୍‌ ଯୋଗୁଁ ଭାରତରେ ଧାର୍ମିକ ସ୍ବାଧୀନତା ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.