ETV Bharat / bharat

ଡାକ୍ତରୀ ଉପକରଣରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲଗାଇବାକୁ ଟ୍ରମ୍ପଙ୍କ ଆହ୍ବାନ

author img

By

Published : Apr 4, 2020, 6:02 PM IST

କୋରୋନା ମୁକାବିଲାରେ ସଞ୍ଜୀବନି ସାଜିଛି ଏନ 95 ମାସ୍କ, ଗ୍ଲୋଭ୍ସ । ଏନେଇ ଏହାର ଉତ୍ପାଦନ ପ୍ରତି ଅଧିକ ଗୁରୁତ୍ତ୍ବ ଦିଆଯାଉଛି । ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଡାକ୍ତରୀ ଉପକରଣରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲଗାଇବାକୁ ଟ୍ରମ୍ପ ଆହ୍ବାନ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଡାକ୍ତରୀ ଉପକରଣରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲଗାଇବାକୁ ଟ୍ରମ୍ପଙ୍କ ଆହ୍ବାନ
ଡାକ୍ତରୀ ଉପକରଣରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲଗାଇବାକୁ ଟ୍ରମ୍ପଙ୍କ ଆହ୍ବାନ

ୱାସିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ କୋରୋନା ରଚୁଛି ତାଣ୍ଡବ । ପ୍ରତ୍ୟେକ ଦିନ ପାଖା ପାଖି 1000 ଲୋକ ଏଠାରେ ମୃତ୍ୟୁବରଣ କରୁଛନ୍ତି । ଏହାର ମୁକାବିଲା କରିବାକୁ ଯେତେ ଚେଷ୍ଟା କଲେ ବି ମୃତ୍ୟୁ ସଂଖ୍ୟା କମିବାର ନା ନେଉନି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି ଯେ, ଚୋରା ଚାଲାଣ ଆଶଙ୍କାରେ ଯେଉଁ ସବୁ ଡାକ୍ତରୀ ଉପକରଣ ଉତ୍ପାଦନ ହେଉଛି ତାହାର ରପ୍ତାନୀ ଉପରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ କରାଯିବ ।

ଏହି ମୂହୂର୍ତ୍ତରେ ଦେଶରେ ଅଧିକ ମାତ୍ରାରେ N-95 ମାସ୍କ, ରେସପିରେଟୋରୀ ସର୍ଜିକାଲ ମାସ୍କ, ଗ୍ଲୋଭ ଓ ନିଜସ୍ବ ପ୍ରତିରକ୍ଷା ଉପକରଣ ଆଦି ଦରକାର ପଡୁଛି । ସେଥିପାଇଁ ଯେତେ ସମ୍ଭବ ଏହାର ଉତ୍ପାଦନ କରାଯାଉଛି । ଦରକାର ପଡିଲେ ଅନ୍ୟ ଦେଶକୁ ମଧ୍ୟ ଏହାକୁ ରପ୍ତାନୀ କରାଯିବ । ଏହି କ୍ଷେତ୍ରରେ କିଛି ଆସାଧୁ ବ୍ୟକ୍ତି ଏହି ଉପକରଣର ଚୋରା ଚାଲାଣ ମଧ୍ୟ କରିପାରନ୍ତି । ଯାହାକୁ ଆଖି ଆଗରେ ରଖି ଏହି ସବୁ ଜିନିଷର ରପ୍ତାନୀ ଉପରେ ଡିଫେନ୍ସ ପ୍ରଡକ୍ସନ ଆକ୍ଟ ଲାଗୁ କରାଯିବ । ଯାହାଦ୍ବାରା ଏହାକୁ ଅଧିକ ସୁରକ୍ଷା ଦିଆଯିବ ।

ହୋମଲ୍ୟାଣ୍ଡ ସିକ୍ୟୁରିଟି ଓ ଫେଡେରାଲ ଏମରଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସି ମିଳିତ ଭାବରେ ଏହାର ସୁରକ୍ଷା କରିବେ । ଆମେରିକାରେ କୋରୋନାର କାୟା ବିସ୍ତାର କରିଚାଲିଛି । ସ୍ଥିତି ଏପରି ଉପୁଜୁଛି ଯେ, ଡାକ୍ତରୀ ଉପକରଣର ବ୍ୟବହାର ଅଧିକ ଦରକାର ପଡୁଛି । ହେଲେ ଦିନକୁ ଦିନ ଯେପରି ଏହାର ଅଭାବ ଦେଖାଦେଲାଣି । ତେଣୁ ପ୍ରଥମେ ଦେଶରେ ଏହାର ବ୍ୟବାହର ପ୍ରତି ଗୁରୁତ୍ତ୍ବ ଦିଆଯିବ । ଯଦି ଅଧିକ ଉତ୍ପାଦନ ହୁଏ କିମ୍ବା କେଉଁ ଦେଶକୁ ଦରକାର ପଡେ ତେବେ ଏହାକୁ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.