ଆମେରିକାରେ କୋରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ସଂପୂଣ୍ଣ ର୍ ବିଫଳତା ହୋଇଥିବା ଅଭିଯୋଗ ମଧ୍ୟରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏବେ ଏହିବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାକ୍ ନିର୍ବାଚନ ସର୍ଭେରେ ପଛୁଆ ରହିଥିବା ଟ୍ରମ୍ପ ଗତ ଗୁରୁବାର ଦିନ ଏକ ଟ୍ୱିଟ୍ କରି ନିର୍ବାଚନ ଘୁଂଚାଇବା ସପକ୍ଷରେ ମତ ଦେଇଛନ୍ତି, ଯାହା କି ଆମେରିକା ରାଜନୀତିରେ ଝଡ ସୃଷ୍ଟି କରିଛି । କୋରୋନା ମହାମାରୀ ଯୋଗୁଁ ଏଥର ଆମେରିକାରେ ମେଲ୍ –ଇନ୍ –ଭୋଟିଂ ହେବା ସମ୍ଭାବନା ରହିଛି । ହେଲେ ରାଷ୍ଟ୍ରପତି ଟ୍ରମ୍ପ ମେଲ୍-ଇନ୍-ଭୋଟିଂ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସାବ ର୍ଜନୀନ ମେଲ୍ -ଇନ୍ ଭୋଟିଂ (ଆବସେଂଟି ଭୋଟିଂ ନୁହେଁ, ଯାହା କି ଭଲ ) ୨୦୨୦ ଇତିହାସର ସବୁଠାରୁ ତ୍ରୁଟିପୂର୍ଣ୍ଣ ଓ ଜାଲ୍ ନିର୍ବାଚନ ହେବ ।
ଆମେରିକା ପାଇଁ ଏହା ସବୁଠାରୁ ଲଜ୍ଜାଜନକ ହେବ । ଲୋକେ ସଠିକ୍, ସୁରକ୍ଷିତ ଓ ନିରାପଦ ଭାବେ ଭୋଟ୍ ଦେଇପାରିବା ଯାଏଁ ନିର୍ବାଚନ ବିଳମ୍ବ କରିବା କି ?’’ଏହା ଥିଲା ନିର୍ବାଚନ ଘୁଂଚାଇବା ନେଇ ଟ୍ରମ୍ପଙ୍କ ଟ୍ୱିଟ୍ । ନିଜର ନିର୍ବାଚନୀ ରାଲିଗୁଡିକରେ ଟ୍ରମ୍ପ ପୋଷ୍ଟାଲ ଭୋଟିଂକୁ ବିରୋଧ କରୁଛନ୍ତି । ପୋଷ୍ଟାଲ ଭୋଟିଂ ହେଲେ ଫଳାଫଳ ଭୁଲ୍ ହେବ ବୋଲି ଟ୍ରମ୍ପ ଦାବି କରିଛନ୍ତି । ତେବେ ନଭେମ୍ବରର ନିର୍ବାଚନ ଘୁଂଚାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ ମିଳିବା ଆଶା ନାହିଁ । ଏପରିକି ଟ୍ରମ୍ପଙ୍କ ଖୋଦ୍ ରିପବ୍ଲିକାନ୍ ପାର୍ଟି ତାଙ୍କର ନିର୍ବାଚନ ବିଳମ୍ବ କରିବା ପ୍ରସ୍ତାବ ଅଗ୍ରାହ୍ୟ କରିଦେଇଛି । ଯୁଦ୍ଧ, ଡିପ୍ରେସନ ଓ ଗୃହଯୁଦ୍ଧ ବେଳେ ମଧ୍ୟ ଆମେରିକାରେ ଧାର୍ଯ୍ୟ ସମୟରେ ନିର୍ବାଚନ ନ ହେବା ଦେଖାଯାଇନାହିଁ । ଏଥର ମଧ୍ୟ ନଭେମ୍ବର ୩ ତାରିଖରେ ନିର୍ବାଚନ ହେବା ନେଇ ପୁଣି ଆମେ ଉପା ବାହାର କରିବୁ ବୋଲି କେଂଟୁକିର ରିପବ୍ଲିକାନ୍ ପାର୍ଟିର ସିନେଟ ସଂଖ୍ୟାଗରିଷ୍ଠ ନେତା ମିଚ୍ ମ୍ୟାକକନେଲ୍ ଗଣମାଧ୍ୟମକୁ କହିଛନ୍ତି । ପ୍ରତିନିଧି ସଭାର ସଂଖ୍ୟାଲଘୁ ନେତା ତଥା କାଲିଫର୍ଣ୍ଣିଆର ରିପବ୍ଲିକାନ କେଭିନ ମ୍ୟାକାର୍ଥି ମଧ୍ୟ ସମାନ ମତ ଦେଇଛନ୍ତି । ଆମେରିକା ଇତିହାସରେ କେବେ ବି ସଂଘୀୟ ନିର୍ବାଚନ ନ ହୋଇ ରହିନାହିଁ । ଏଥର ବି ନିର୍ବାଚନ ହେବା ଦରକାର ବୋଲି ସେ କହିଛନ୍ତି ।
ପ୍ରତି ଚାରିବର୍ଷରେ ଥରେ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରର ପ୍ରଥମ ମଙ୍ଗଳବାର ଦିନ ହୁଏ । ଏଥର ନଭେମ୍ବର ୩ ତାରିଖରେ ନିର୍ବାଚନ ହେବ । ଆମେରିକାରେ କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରାଯାଉଛି । ମହାମାରୀ ସେହି ଦେଶରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ବେଆଇନ ଦେଶାନ୍ତର ଓ ବର୍ଣ୍ଣବୈଷମ୍ୟତା ପ୍ରସଙ୍ଗରେ ବି ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସବୁଆଡେ ସମାଲୋଚନା କରାଯାଉଛି । ଏଭଳି ସମାଲୋଚନା ମଧ୍ୟରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ପ୍ରାକ୍ ନିର୍ବାଚନୀ ଜନମତ ସର୍ଭେରେ ଟ୍ରମ୍ପ, ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ଯଥେଷ୍ଟ ପଛରେ ଅଛନ୍ତି । ଉଦାହରଣ ସ୍ୱରୂପ, ଫାଇନାନସିଆଲ ଟାଇମସ୍ ଦ୍ୱାରା କରାଯାଇଥିବା ସଦ୍ୟତମ ଜନମତ ସର୍ଭେରେ ଦର୍ଶାଯାଇଛି ଯେ,୫୩୮ ଇଲେକଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ବିଡେନ୍ ୩୦୮ଟି ଜିତିପାରନ୍ତି । ଟ୍ରମ୍ପ ମାତ୍ର ୧୨୮ ଟି ଜିତିପାରିବେ ବୋଲି ଫାଇନାନସିଆବ ପୋଲ୍ ଟ୍ରାକର୍ରେ ଦର୍ଶାଯାଇଛି ।
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ ଭୋଟ୍ ମଧ୍ୟରୁ ୨୭୦ଟି ଜିତିବା ଆବଶ୍ୟକ । ତେବେ, ରାଷ୍ଟ୍ରପତି ଟ୍ରମ୍ପ ଏସବୁ ପ୍ରାକ୍ ନିର୍ବାଚନୀ ସର୍ଭେକୁ ଖାରଜ କରିଦେଇଛନ୍ତି । ସେ ଦାବି କରିଛନ୍ତି ଯେ, ଏସବୁ ସର୍ଭେ ‘ସାଇଲେଂଟ ମେଜରିଟି’ଙ୍କ ସ୍ୱରକୁ ପ୍ରତିଫଳନ କରୁନାହିଁ, ଯେଉଁମାନେ କି ତାଙ୍କ ସପକ୍ଷରେ ଅଛନ୍ତି । ନିଜ ସପକ୍ଷରେ ବୋଧହୁଏ ଅଧିକ ଜନସମର୍ଥନ ହାସଲ କରିବା ପାଇଁ ହାତରେ ସମୟ ରଖିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଘୁଂଚାଇବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଆମେରିକା ସମ୍ବିଧାନ ଅନୁସାରେ ନିର୍ବାଚନକୁ ଘୁଂଚାଇହେବ ନାହିଁ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଘୁଂଚିବା ସମ୍ଭାବନା ଅତି କ୍ଷୀଣ । କାରଣ ଆମେରିକୀୟ କଂଗ୍ରେସ ( ପାର୍ଲାମେଂଟ)ଦ୍ୱାରା ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇ ସମ୍ବିଧାନରେ ଉଲ୍ଲେଖ କରାଯାଇଛି । ନଭେମ୍ବର ମାସ ପ୍ରଥମ ମଙ୍ଗଳବାର ଦିନ ହେଉଥିବା ନିର୍ବାଚନକୁ କେବଳ କଂଗ୍ରେସ ହିଁ ଘୁଂଚାଇପାରିବ ବୋଲି ଆମେରିକା–ଭାରତ ରାଜନୈତିକ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଦସ୍ୟ ରବିନ୍ଦର ସଚଦେବ ଇଟିଭି ଭାରତକୁ କହିଛନ୍ତି ।
ସଚଦେବଙ୍କ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ବା କୌଣସି ରାଷ୍ଟ୍ରପତିଙ୍କ ନିର୍ବାଚନ ତାରିଖ ବଦଳାଇବାର କ୍ଷମତା ନାହିଁ ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ, କେବଳ ଜରୁରୀ ପରିସ୍ଥିତି ଉପୁଜିବା କ୍ଷେତ୍ରରେ ରାଷ୍ଟ୍ରପତି ନିଜର ଜରୁରୀକାଳିନ କ୍ଷମତା ପ୍ରୟୋଗ କରି ରାଷ୍ଟ୍ରପତି ଚାହିଁଲେ ହୁଏ ତ ନିର୍ବାଚନ ତାରିଖରେ ପରିବର୍ତନ କରିପାରିବେ । କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ, ଆମେରିକା ଇତିହାସରେ କେବେ ବି ରାଷ୍ଟ୍ରପତି ନିର୍ବାଚନର ତାରିଖ ପରିବର୍ତନ ହୋଇନାହିଁ । ଯଦି ତାରିଖ ପରିବର୍ତନ ହୁଏ,ତାହା ହେଲେ ଆମେରିକୀୟ ଗଣତନ୍ତ୍ରର ଧାରଣା ପ୍ରତି ଏହା ବହୁତ ବଡ ଧକ୍କା ସଦୃଶ ହେବ ବୋଲି ସଚଦେବ କହିଛନ୍ତି । ନିଜର ପ୍ରଚାର ଅଭିଯାନରେ ରାଷ୍ଟ୍ରପତି ଟ୍ରମ୍ଫ ଭୋଟରମାନଙ୍କୁ ବିଭିନ୍ନ କଥା କହି ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଦେଶର ଅର୍ଥନୀତିର ଅବସ୍ଥା ଭଲ ରହିଛି, ଷ୍ଟକ ମାର୍କେଟ କାରବାର ବୃଦ୍ଧି ଘଟିଛି . ବେରୋଜଗାରୀ ହାର କମିଛି ଓ ମହାମାରୀ ପ୍ରକୋପ କମିବାରେ ଲାଗିଛି ବୋଲି ଦାବି କରୁଛନ୍ତି ଟ୍ରମ୍ପ । ଦେଖିବାକୁ ଗଲେ ସେ ନିଜର ୨୦୧୬ ନିର୍ବାଚନ ପ୍ରଚାରର ସ୍ଲୋଗାନ୍ ‘ମେକିଂ ଆମେରିକା ଗ୍ରେଟ୍ ଏଗେନ’ କୁ ଦୋହରାଇବାରେ ଲାଗିଛନ୍ତି । ପ୍ରତିଦ୍ୱନ୍ଦୀ ବିଡେନ୍ ବି ସେସବୁ ପ୍ରସଙ୍ଗ ଉଠାଉଛନ୍ତି । କିନ୍ତୁ ତାଙ୍କ ଭଳି ଜଣେ ଲୋକ ହିଁ ଆମେରିକାକୁ ପୁଣି ଟ୍ରାକକୁ ଆଣିପାରିବ ବୋଲି ବିଡେନ୍ ନିଜର ନିର୍ବାଚନ ପ୍ରଚାରରେ ଦାବି କରୁଛନ୍ତି । ତେବେ, ପ୍ରକୃତ କଥା ହେଉଛି ଆମେରିକୀୟମାନେ ସବୁ କ୍ଷେତ୍ରରେ, ସବୁ ସ୍ତରରେ ଅସନ୍ତୁଷ୍ଟ ରହିଛନ୍ତି । ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ ସମର୍ଥକ ଅନେକ ବିଷୟରେ ସୁଖୀ ନୁହନ୍ତି ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ଏହି ଅସନ୍ତୋଷର ହିଁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସମର୍ଥକମାନଙ୍କୁ ଟ୍ରମ୍ପ କହୁଛନ୍ତି ଯେ, ସେ ତାଙ୍କ କାମ କରୁଛନ୍ତି । କିନ୍ତୁ ତାଙ୍କୁ ତାଙ୍କ କାମ ଠିକ୍ ରୂପେ କରିବାକୁ ଦିଆଯାଉନାହିଁ । ଆମେରିକା ସଂଘର୍ଷ କରି ସଫଳତାର ସହ ପ୍ରତ୍ୟାବର୍ତନ କରୁଛି ବୋଲି ଟ୍ରମ୍ପ କହିବାରେ ଲାଗିଛନ୍ତି । ଅର୍ଥନୀତି ଟ୍ରାକକୁ ଫେରିଛି ଓ ବେରୋଜଗାର ହ୍ରାସ ପାଇଥିବା କଥା କହୁଛନ୍ତି ଟ୍ରମ୍ପ । ଜନମତ ଫଳାଫଳରେ କିଛି ଫରକ ପଡିବ ନାହିଁ ବୋଲି ଟ୍ରମ୍ପ କହୁଛନ୍ତି । ଆମେରିକାର ସାଇଲେଂଟ୍ ମେଜରିଟି ତାଙ୍କ ସପକ୍ଷରେ ଥିବା ଟ୍ରମ୍ପ ଦାବି କରୁଛନ୍ତି ବୋଲି ସଚଦେବ ଇଟିଭି ଭାରତକୁ କହିଛନ୍ତି । ସଚଦେବ କହନ୍ତି ଯେ, ଜୋ ବିଡେନ୍ ଜାଣିଶୁଣି ଟ୍ରମ୍ପଙ୍କୁ ଅଧିକ କହିବାକୁ ସୁଯୋଗ ଦେଉଛନ୍ତି । କାରଣ ଟ୍ରମ୍ପ ନିଜ କଥାର ହିଁ ବିରୁଦ୍ଧାଚରଣ କରି ବିବାଦରେ ଫସିଯାଉଛନ୍ତି । ଜୋ ବିଡେନ୍ ଅଧିକରୁ ଅଧିକ ଆମେରିକାର ଘରୋଇ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେରିକୀୟ ଭୋଟରଙ୍କୁ ବିଡେନ୍ ପ୍ରତିଶ୍ରୁତି ଦେଇ କହୁଛନ୍ତି ଯେ, କେବଳ ସେ ହିଁ ଆମେରିକାକୁ ତାର ପୂବ ର୍ ସ୍ଥିତି ଫେରାଇ ଆଣିବାରେ ସମର୍ଥ । ଟ୍ରମ୍ପ କେବଳ ଏକ ବ୍ୟତିକ୍ରମ ବୋଲି ବିଡେନ୍ କହୁଛନ୍ତି । ଟ୍ରମ୍ପ ବିଭିନ୍ନ ପ୍ରତିଷ୍ଠାନର କ୍ଷତି କରିଛନ୍ତି । କେବଳ ତାଙ୍କ ଭଳି ଜଣେ ବିଜ୍ଞ ବ୍ୟକ୍ତି ହିଁ ଆମେରିକାକୁ ଟ୍ରାକ୍ କୁ ଆଣିବାରେ ସଫଳ ହେବେ ବୋଲି ବିଡେନ୍ ଭୋଟରଙ୍କୁ କହୁଥିବା ସଚଦେବ କହିଛନ୍ତି ।
ଅରୁଣିମ ଭୂୟାଁ