ଶ୍ରୀନଗର: ଆତଙ୍କୀଙ୍କ ଟାର୍ଗେଟରେ ଟ୍ରକ ଡ୍ରାଇଭର । ଜମ୍ମୁ କାଶ୍ମୀରର ଶିରମଲରେ ଦୁଇ ଜଣ ଆତଙ୍କବାଦୀ ରାଜସ୍ଥାନର ଟ୍ରକ ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ମୃତକଙ୍କ ପରିଚୟ ସରିଫ ଖାନ ବୋଲି ଜଣାପଡିଛି । ସେପଟେ ଦୁଇ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ସେଓ ଟ୍ରକ ନେଇ ଡ୍ରାଇଭର ସରିଫ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି । ଘାଟିରୁ ଧାରା 370 ଉଚ୍ଛେଦ ପରେ ଆତଙ୍କୀ ମାନେ ପ୍ରଥମ ଥର ଏପରି କାଣ୍ଡ ଭିଆଇଛନ୍ତି ।