ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ ରୋବର୍ଟ ତିଆରି କଲେ ଯୁବ ଆସିଷ୍ଟାଣ୍ଟ ପ୍ରଫେସର

କୋରୋନା ରୋଗୀଙ୍କ ଚିକିତ୍ସା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଯୁବ ଆସିଷ୍ଟାଣ୍ଟ ପ୍ରଫେସର ଏକ ରୋବର୍ଟ ତିଆରି କରିଛନ୍ତି । ଯାହାର ନାମ ‘କୋଭିଡ-19 ୱାରବୋଟ’ ରଖାଯାଇଛି ।

robbert
ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରୋବର୍ଟ ତିଆରୀ କଲେ ଯୁବ ଆସିଷ୍ଟାଣ୍ଟ ପ୍ରଫେସର
author img

By

Published : Jun 11, 2020, 1:38 PM IST

ଅଗରତାଲା: ‘କୋଭିଡ-19 ୱାରବୋଟ’ ତିଆରି କଲେ ଆସିଷ୍ଟାଣ୍ଟ ପ୍ରଫେସର । କୋରୋନା ରୋଗୀଙ୍କ ଚିକିତ୍ସା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଯୁବ ଆସିଷ୍ଟାଣ୍ଟ ପ୍ରଫେସର ଏକ ରୋବର୍ଟ ତିଆରି କରିଛନ୍ତି । ଯାହାର ନାମ ‘କୋଭିଡ-19 ୱାରବୋଟ’ ରଖାଯାଇଛି ।

ତେବେ ଏହି ରୋବର୍ଟ କୋରୋନା ରୋଗୀଙ୍କୁ ବିନା ମନୁଷ୍ୟ ସଂସ୍ପର୍ଶରେ ଖାଦ୍ୟ, ମେଡିସିନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ ।

ଏହା ଏକ ଚାରି ଚକିଆ ରୋବର୍ଟ । ଯାହାକୁ ମୁଁ ବର୍ଜ୍ୟବସ୍ତୁ ବ୍ୟବହାର କରି ନିଜ ଘରେ ତିଆରି କରିଛି । ଏହି ରୋବର୍ଟ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋଭିଡ ମେଡିକାଲରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ନର୍ସଙ୍କୁ ସୁରକ୍ଷିତ ରଖିବା । ଏହା କହିଛନ୍ତି ତ୍ରିପୁରା ୟୁନିଭରସିଟିର କେମିକାଲ ଏବଂ ପଲିମର ଇଞ୍ଜିନିୟର ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ହରଜିତ୍ ନାଥ ।

ଏଥିସହ ସେ କହିଛନ୍ତି, କିଛି ଦେଶ ଏହିପରି ବହୁ ରୋବର୍ଟ ନିର୍ମାଣ କରିଛନ୍ତି । ଯେଉଁମାନେ କୋରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି । ଏହି ରୋବର୍ଟମାନେ କୋରୋନା ରୋଗୀଙ୍କୁ ମେଡିସିନ, ପାଣି ବୋତଲ ଏବଂ ଖାଦ୍ୟ ପ୍ୟାକେଟ ଯୋଗାଉଛନ୍ତି। ଏହି ରୋବର୍ଟରେ କ୍ୟାମେରା ମଧ୍ୟ ବ୍ୟବହାର କରାଯାଉଛି । ଯାହାଦ୍ବାରା ରୋଗୀ ଚାହିଁଲେ ଡାକ୍ତରଙ୍କ ସହ କଥା ମଧ୍ୟ ହୋଇପାରିବେ ।

ହରଜିତ୍ ଏହି ରୋବର୍ଟକୁ 2 ସପ୍ତାହ ମଧ୍ୟରେ ତିଆରି କରିଥିବାବେଳେ ତିନୋଟି ମୋଟର, ଦୁଇଟି ରିଚାର୍ଜବୁଲ ଲିଡ୍ ଏସିଡ୍ ବ୍ୟାଟେରୀ, ଟ୍ରାନମିଟର ଏବଂ ରିସିଭର ଏବଂ ୟୁସିବି ଆଉଟପୁଟ ବ୍ୟବହାର କରି ସେ ମୋଟ ଏଥିରେ 25000 ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହି ରୋବର୍ଟ ମେଡିସିନ, ପାଣି, ଖାଦ୍ୟ ଭଳି 10-15 କିଲୋଗ୍ରାମ ସାମଗ୍ରୀ ଭାର ଉଠାଇପାରିବ । ଏଥିସହ ଏହା ମୋବାଇଲ ଫୋନ ଏବଂ କମ୍ପ୍ୟୁଟର ଠାରୁ 15-20 ମିଟର ଦୂରରେ ରହି କାମ କରିପାରିବ । ଏହି ରୋବର୍ଟକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଯାହାଦ୍ବାରା ଏହା କୋରୋନା ମେଡିକାଲରେ କାମ କରିବ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.