ETV Bharat / bharat

ସ୍କ୍ରିନିଂ କରୁଥିବା ତ୍ରିପୁରା ଡାକ୍ତର କୋଭିଡ୍ ପଜିଟିଭ୍

ରବିବାର ଦିନ ପୁଣି ଜଣେ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଡାକ୍ତର ଜଣକ ତ୍ରିପୁରାର ବୋଲି ଜଣାପଡ଼ିଛି । ବାଂଲାଦେଶରୁ ଫେରୁଥିବା ଭାରତୀୟଙ୍କୁ ସ୍କ୍ରିନିଂ କରିବାର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Jun 8, 2020, 12:00 PM IST

ସ୍କ୍ରିନିଂ କରୁଥିବା ତ୍ରିପୁରା ଡାକ୍ତର କୋଭିଡ୍ -19 ପଜିଟିଭ୍

ଅଗରତାଲା: ସାରାବିଶ୍ବରେ ବର୍ତ୍ତମାନ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଆଉ ଏହି କୋରୋନା ଯୁଦ୍ଧରେ ଆଗ ଧାଡ଼ିର ନାୟକ ହେଉଛନ୍ତି ପୋଲିସ ଏବଂ ଡାକ୍ତର । ଲୋକମାନଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏମାନେ । ତେବେ ଲୋକଙ୍କୁ ସଚେତନ କରାଇ ଆସୁଥିବା ଏହି ପୋଲିସ ଓ ଡାକ୍ତରମାନେ ଏଥିରେ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ନିକଟରେ ବହୁତ ଜଣ ପୋଲିସ ଅଧିକାରୀ ଓ ଡାକ୍ତରମାନେ ଏହି ମହାମାରୀରେ ମୃତ୍ୟୁ ବରଣ କରିଥିବାବେଳେ ରବିବାର ଦିନ ପୁଣି ଜଣେ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଡାକ୍ତର ଜଣକ ତ୍ରିପୁରାର ବୋଲି ଜଣାପଡ଼ିଛି ।

ରାଜ୍ୟର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରାଜ୍ୟର ପ୍ରଥମ ଡାକ୍ତର । ଏହି ହୋମିଓପାଥି ଡାକ୍ତରଙ୍କୁ ଅଗରତାଲାର ଆଖୁରା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ପୋଷ୍ଟିଙ୍ଗ୍ କରାଯାଇଥିଲା ଏବଂ ଏହି ମାସ ଆରମ୍ଭରେ ବାଂଲାଦେଶରୁ ଫେରୁଥିବା ଭାରତୀୟଙ୍କୁ ସ୍କ୍ରିନିଂ କରିବାର ଦାୟିତ୍ବ ତାଙ୍କୁ ଦିଆଯାଇଥିଲା । ତେବେ ସ୍କ୍ରିନିଂ କରିଥିବାରୁ ଡାକ୍ତରଙ୍କର ଯେତେବେଳେ କୋରୋନା ପରୀକ୍ଷା ହେଲା ସେତେବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କୁ ବର୍ତ୍ତମାନ ଭାଗବତ ସିଂ ୟୁଥ୍ ହଷ୍ଟେଲରେ ସ୍ଥାପିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ବୋଲି ଉପରୋକ୍ତ ଅଧିକାରୀ କହିଛନ୍ତି।

ରାଜ୍ୟ ଏପର୍ଯ୍ୟନ୍ତ ମୋଟ 750 କୋଭିଡ -19 ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏଥିମଧ୍ୟରୁ 173 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.