ETV Bharat / bharat

ଫିକା ସ୍ବାଧୀନତା ଦିବସ: ଦୁଇ ପଇସା ରୋଜଗାର ନେଇ ଚିନ୍ତାରେ ପତାକା ନିର୍ମାତା

ସାରା ଦେଶରେ ବର୍ତ୍ତମାନ ଆତଙ୍କ ରଚାଇଛି କୋରୋନା ମହାମାରୀ । ଉପରେ ଲକଡାଉନ । ଫଳରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକାର ଚାହିଦା ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି ବୋଲି ଅଗରତାଲାର ପତାକା ନିର୍ମାତା ଏବଂ ବିକ୍ରେତାମାନେ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 8, 2020, 9:12 PM IST

ଫିକା ସ୍ବାଧୀନତା ଦିବସ : କଟକଣାରେ ପତକା ନିର୍ମାତାଙ୍କ ପେଟପାଟଣା

ଅଗରତାଲା: ସାରା ଦେଶରେ ବର୍ତ୍ତମାନ ଆତଙ୍କ ରଚାଇଛି କୋରୋନା ମହାମାରୀ । ଉପରେ ଲକଡାଉନ । ଫଳରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକାର ଚାହିଦା ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି ବୋଲି ଅଗରତାଲାର ପତାକା ନିର୍ମାତା ଏବଂ ବିକ୍ରେତାମାନେ କହିଛନ୍ତି । ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ ପତାକା ତିଆରି ପାଇଁ ବହୁତ ମାତ୍ରାରେ ଅର୍ଡର ଆସିଥାଏ । କିନ୍ତୁ ଏପର୍ଯ୍ୟନ୍ତ ସେପରି କୌଣସି ଅର୍ଡର ଆସିନାହିଁ ଏବଂ ଖୁଚୁରା ବିକ୍ରି ମଧ୍ୟ ବହୁତ କମ୍ ହୋଇଥିବା ପତାକା ନିର୍ମାତାମାନେ କହିଛନ୍ତି ।

ପୂର୍ବରୁ ଦିନକୁ ପ୍ରାୟ 5000 ପତାକା ତିଆରି କରାଯାଉଥିବାବେଳେ ବର୍ତ୍ତମାନ ଲକଡାଉନ କାରଣରୁ କେହି ଶ୍ରମିକ ନ ଆସୁଥିବାରୁ ଏକାକି 500 ପତାକା ତିଆରି କରୁଛନ୍ତି ବୋଲି ଜଣେ ନିର୍ମାତା ଗଣମାଧ୍ୟମକୁ କହିଛନ୍ତି । ସେହିପରି ଜଣେ ଷ୍ଟେସନାରୀ ଦୋକାନ ମାଲିକ ଗୋବିନ୍ଦା ଦେବ କହିଛନ୍ତି ଯେ, ଆମେ ବହି, ଷ୍ଟେସନାରୀ ସାମଗ୍ରୀ ଏବଂ କପଡା ଏବଂ କାଗଜରେ ନିର୍ମିତ ପତାକା ବିକ୍ରି କରୁ କିନ୍ତୁ COVID-19 ମହାମାରୀ ଯୋଗୁଁ ବିକ୍ରୟ ପୂର୍ବ ବର୍ଷ ତୁଳନାରେ ବହୁତ କମ୍ ହୋଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.