ETV Bharat / bharat

ଭିଟାମାଟିରେ ଶହୀଦ ସୁଦୀପ ସରକାରଙ୍କୁ ଗାର୍ଡ ଅଫ ଅନର

ଭିଟାମାଟିରେ ପହଞ୍ଚିଲା ସହିଦଙ୍କ ମରଶରୀର । ଗତ 8ରେ ଆତଙ୍କବାଦୀଙ୍କ ବିରୋଧରେ ଲଢି ସହିଦ ହୋଇଥିଲେ ଯବାନ ସୁଦୀପ ସରକାର । ଅଧିକ ପଢନ୍ତୁ...

author img

By

Published : Nov 11, 2020, 7:26 AM IST

Tripura CM Biplab Kr Deb paid tribute to BSF constable Sudip Sarkar
ଭିଟାମାଟିରେ ସହିଦଙ୍କୁ ଦିଆଗଲା ଗାର୍ଡ ଅଫ ଅର୍ନର

ଅଗ୍ରତାଲା: ଭିଟାମାଟିରେ ପହଞ୍ଚିଲା ଶହୀଦଙ୍କ ମରଶରୀର । ଆତଙ୍କବାଦୀଙ୍କ ସହ ଲଢି ଶହୀଦ ହୋଇଥିବା ଯବାନ ସୁଦୀପ ସରକାରଙ୍କର ମୃତଦେହ ଭିଟାମାଟି ତ୍ରିପୁରାର ଅଗ୍ରତାଲା ସ୍ଥିତ ଘରେ ପହଞ୍ଚିଛି । ଗତ 8ରେ ଜାମ୍ମୁ କାଶ୍ମୀରର ମାଚିଲ ସେକ୍ଟରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଅପରେସନରେ ବେଳେ ସେ ଶହୀଦ ହୋଇଥିଲେ । ତାଙ୍କ ମରଶରୀର ତ୍ରିପୁରା ବିମାନବନ୍ଦରରେରେ ପହଞ୍ଚିବା ପରେ ବିଏସଏଫ ଅଧିକାରୀ ଓ ଯବାନମାନେ ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ । ପରେ ତାଙ୍କ ମୃତଦେହକୁ ନିଜ ଘରକୁ ନିଆଯାଇଥିଲା ।

ସେଠାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପହଞ୍ଚି ମୃତଦେହକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ଏହାସହ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ତରୁ 5 ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ମଧ୍ୟ ଶହୀଦଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.