ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ: ଗଙ୍ଗା ଆଳତୀରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Feb 8, 2021, 1:30 PM IST

ରବିବାର ଉତ୍ତରାଖଣ୍ଡରେ ହୋଇଥିବା ଜଳ ପ୍ରଳୟରେ ଧନଜୀବନ ନଷ୍ଟ ହୋଇଛି ଓ ଏବେବି ଅନେକ ନିଖୋଜ ଅଛନ୍ତି । ତେବେ ଏହି ପ୍ରକୃତିର ତାଣ୍ଡବରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ସଦ୍‌ଗତି ପାଇଁ କାଶୀର ଦଶାଶ୍ବମେଧ ଘାଟର ପ୍ରସିଦ୍ଧ ଗଙ୍ଗା ଆଳତୀରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି ।

ଉତ୍ତରାଖଣ୍ଡ ଜଳ ପ୍ରଳୟ: ଗଙ୍ଗା ଆଳତୀରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ଲକ୍ଷ୍ନୌ:ରବିବାର ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଧନଜୀବନ ନଷ୍ଟ ହୋଇଛି ଓ ଏବେବି ଅନେକ ନିଖୋଜ ଅଛନ୍ତି । ତେବେ ଏହି ପ୍ରକୃତିର ତାଣ୍ଡବରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ସଦ୍‌ଗତି ପାଇଁ କାଶୀର ଦଶାଶ୍ବମେଧ ଘାଟର ପ୍ରସିଦ୍ଧ ଗଙ୍ଗା ଆଳତୀରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି ଓ ବାବା ବିଶ୍ବନାଥ, ମା ଗଙ୍ଗାଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

ଗଙ୍ଗା ଆଳତୀ ଆରମ୍ଭ ହେବା ପୂର୍ବରୁ ସଂକଳ୍ପ ସହ ମା' ଗଙ୍ଗାଙ୍କୁ ନିଜର ରୌଦ୍ର ରୂପ ଶାନ୍ତ ରଖିବାକୁ ପ୍ରାର୍ଥନା କରାଯାଇଥିଲା । ଏହା ପରେ 2ମିନିଟ ପାଇଁ ମୌନ ଧାରଣ କରାଯିବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଗଙ୍ଗା ସେବା ନିଧିର କୋଷାଧ୍ୟକ୍ଷ ଆଶିଷ ତିଓ୍ବାରୀ କହିଛନ୍ତି ଯେ, ଉତ୍ତରାଖଣ୍ଡର ଜଳପ୍ରଳୟକୁ ନେଇ ଗଙ୍ଗା ଆଳତୀ ଓ ପୂଜା କରିବା ସହ ବିଶେଷ ପ୍ରାର୍ଥନା କରାଯାଇଛି । ନିଖୋଜ ବ୍ୟକ୍ତିମାନେ ସୁରକ୍ଷିତ ଭାବେ ଅତିଶୀଘ୍ର ମିଳି ଯାଆନ୍ତୁ । ଏଥିସହ ଯେଉଁମାନେ ଏହି ପ୍ରକୃତିର ତାଣ୍ଡବରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ସଦ୍‌ଗତି ପ୍ରାପ୍ତ ହେଉ ।

ସୂଚନାଥାଉକି, ଗତକାଲି (ରବିବାର) ସକାଳ 10 ଟା 55 ମିନିଟରେ ଜୋଶିମଠର ରୈନି ଗାଁରେ ହିମସ୍ଖଳନ ଯୋଗୁଁ ଜଳ ପ୍ରଳୟ ମାଡି ଆସିଥିଲା । ଏହି ଅଘଟଣ ଘଟି ଋଷିଗଙ୍ଗା ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ତେବେ ପ୍ରକୃତିର ଏହି ତାଣ୍ଡବଲୀଳାରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ଘଟିଛି ଓ 150 ଜଣ ନିଖୋଜ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.