ETV Bharat / bharat

ଶୌଚାଳୟରେ ଆଦିବାସୀ ପରିବାର ପାଇଁ କ୍ବାରେଣ୍ଟାଇନ ସେଣ୍ଟର, ଫଟୋ ଭାଇରାଲ - ସ୍କୁଲ ଟଏଲେଟରେ କ୍ବାରେନଟାଇନ୍ ଆଦିବାସୀ ପରିବାର

ସାହାରିଆ ଆଦିବାସୀ ପରିବାରକୁ ଗୁନା ଜିଲ୍ଲାର ଦେବପୁରା ଗ୍ରାମରେ ଥିବା ଏକ ସ୍କୁଲ ଶୌଚାଳୟରେ କ୍ବାରେଣ୍ଟାଇନରେ ରଖାଯାଇଥିବା ଅଭିଯୋଗ ହୋଇଥିଲା।

tribal family quarentine in a toilet
ସ୍କୁଲ ଟଏଲେଟରେ କ୍ବାରେନଟାଇନ୍ ଆଦିବାସୀ ପରିବାର
author img

By

Published : May 4, 2020, 3:16 PM IST

ଭୋପାଳ: ସାହାରିଆ ଆଦିବାସୀ ପରିବାରକୁ ଗୁନା ଜିଲ୍ଲାର ଦେବପୁରା ଗ୍ରାମରେ ଥିବା ଏକ ସ୍କୁଲ ଶୌଚାଳୟରେ କ୍ବାରେନଟାଇନରେ ରଖାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହୋଇଛି ଯେ ରାଜଗଡ ଜିଲ୍ଲାରୁ ଫେରିଥିବା ଏହି ପରିବାର ସହିତ ଏପରି କରାଯାଇଥିଲା। ଶୌଚାଳୟରେ ଖାଦ୍ୟ ପ୍ଲେଟ ସହିତ ପରିବାରର ମୁଖ୍ୟ ଭାୟା ଲାଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଘଟଣାରେ ବିରୋଧୀ କଂଗ୍ରେସ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଟ୍ବିଟ୍‌ରେ କହିଛି, ‘ଏହା ଗୁନାର ଏକ ଚିତ୍ର, ଯେଉଁଠାରେ ଗୋଟିଏ ପରିବାରକୁ ଶୌଚାଳୟରେ କ୍ବାରେନଟାଇନରେ ରଖାଯାଇଛି। ଯେଉଁମାନେ ପ୍ରତ୍ୟେକ ପ୍ରସଙ୍ଗରେ ରାସ୍ତାରେ ଓହ୍ଲେଇବାକୁ ଧମକ ଦେଇଥାନ୍ତି, ସେମାନେ କୁଆଡେ ଗଲେ’।

କଂଗ୍ରେସ ଛାଡି ଚଳିତ ବର୍ଷ ମାର୍ଚ୍ଚରେ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ କମଲନାଥଙ୍କ ନେତୃତ୍ବରେ କଂଗ୍ରେସ ସରକାର ମଧ୍ୟପ୍ରଦେଶରେ ଭାଙ୍ଗିଥିଲା ଏବଂ ବିଜେପିର ଶିବରାଜ ସିଂ ଚୌହାନ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। 2019 ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କେପି ଯାଦବଙ୍କୁ ହରାଇବା ପୂର୍ବରୁ ସିନ୍ଧିଆ ସଂସଦରେ ଗୁନା ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିଲେ।

ଅଭିଯୋଗ ହୋଇଛି ଯେ ଭୈୟା ଲାଲ ସାହାରିଆ ତାଙ୍କ ପତ୍ନୀ ଭୁରୀ ବାଇ ଏବଂ ଦୁଇ ପୁଅଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ନିଜ ଗ୍ରାମ ଦେବପୁରାକୁ ଫେରିଥିଲେ। ପରିବାରର କୋରୋନା ଭାଇରସ ପରୀକ୍ଷା ନହେବା ପର୍ଯ୍ୟନ୍ତ ଗ୍ରାମବାସୀ ତାଙ୍କୁ ଗାଁ ଭିତରକୁ ଯିବାକୁ ମନା କରିଦେଇଥିଲେ। ସ୍ଥାନୀୟ ପ୍ରଶାସନ ଅନୁଯାୟୀ ପରିବାରକୁ ପ୍ରାଥମିକ ବିଦ୍ୟାଳୟରେ ରାତି କଟାଇବାକୁ କୁହାଯାଇଥିଲା।

ରବିବାର ସକାଳେ ସ୍ବାସ୍ଥ୍ୟ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଦଳ ଖାଦ୍ୟ ପ୍ଲେଟ ସହିତ ଶୌଚାଳୟ ଭିତରେ ଭୈୟା ଲାଲ ସାହାରିଆଙ୍କୁ ଦେଖିଥିଲେ । ଦଳର ଜଣେ ସଦସ୍ୟ ଏହି ଫଟୋ ଉଠାଇ ସ୍ବାସ୍ଥ୍ୟ ବିଭାଗର ମନିଟରିଂ ଅଧିକାରୀଙ୍କ ନିକଟକୁ ପଠାଇଥିଲେ। ସମାନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ବିଦ୍ୟାଳୟରେ ମଦ୍ୟପାନ କରିବା ପରେ ଭୈୟା ଲାଲ ସାହାରିଆ ତାଙ୍କ ପତ୍ନୀଙ୍କ ସହ ଝଗଡା କରିଥିଲେ ଏବଂ ତାଙ୍କ ଖାଇବା ପ୍ଲେଟ ସହିତ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଫଟୋ ଉଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.