ଜୟପୁର : ସବୁଠି କୋରୋନା ଭୟ। ଭାରତରେ 45 ଜଣ ପଜେଟିଭ ଚିହ୍ନଟ ହେବା ପରେ ସବୁଠି ଆତଙ୍କ ସୃଷ୍ଟି ହୋଇଛି । ଇଟାଲୀର ଦମ୍ପତ୍ତି ଆଣ୍ଡ୍ରେ କାର୍ଲି ଏବଂ ତାଙ୍କ ପତ୍ନୀଙ୍କ ଠାରେ କୋରୋନା ପଜେଟିଭ ଚିହ୍ନଟ ପରେ, ସେମାନଙ୍କୁ ରାଜସ୍ଥାନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସପ୍ତାହେ ହେଲା ସେମାନଙ୍କ ଚିକିତ୍ସା ଜାରି ରହିଛି । ମେଡିକାଲ କର୍ତ୍ତୁପକ୍ଷ, ଏସିଏସ ରୋହିତ ସିଂ କହିଛନ୍ତି ଯେ, ପୁଣି ଥରେ ଦମ୍ପତ୍ତିଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ହେଲେ, ଆଣ୍ଡ୍ରେ କାର୍ଲିଙ୍କର କୋରୋନା ପଜେଟିଭ ଆସିଥିବା ବେଳେ, ପତ୍ନୀଙ୍କର ନେଗେଟିଭ ଆସିଛି ।
24 ଘଣ୍ଟା ମଧ୍ୟରେ ପୁଣି ଥରେ ମହିଳାଙ୍କ ନମୁନା ପରୀକ୍ଷା କରାଯିବ । ଯଦି ତାଙ୍କର ନମୁନା ନେଗେଟିଭ ଆସେ ତେବେ ତାଙ୍କୁ ସୁସ୍ଥ ବୋଲି କୁହାଯିବା । ଏହି ଦମ୍ପତିଙ୍କୁ ଏସଏମଏସ ହସ୍ପିଟାଲର ସଂକ୍ରମଣ ରୋଗ ୱିଙ୍ଗରେ ଚିକିତ୍ସା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ