ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ଏବେ ପର୍ଯ୍ୟଟକ ମନା। ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣା ଯୋଗୁଁ ପର୍ଯ୍ୟଟନ ସ୍ଥଳ ଖାଁ ଖାଁ । ସେପଟେ ବିନା ପର୍ଯ୍ୟଟକରେ ଅଚଳ ହୋଇପଡିଛି ସମସ୍ତ ପର୍ଯ୍ୟଟକ ଯୋଗାଯୋଗ ସଂସ୍ଥା । ବିଭିନ୍ନ ଟ୍ରାଭେଲ୍ସ ସଂସ୍ଥାରେ ନିର୍ଭର କରି ପେଟ ପୋଷୁଥିବା କାର୍ଯ୍ୟରତ ଡ୍ରାଇଭରଙ୍କ ପରିସ୍ଥିତି ମଧ୍ୟ ସଙ୍ଗୀନ ହୋଇ ପଡିଛି ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିତିଯାଇଛି ପ୍ରାୟ 23 ଦିନ । ଏହାର ପ୍ରଭାବ ପ୍ରଦେଶରେ ଥିବା ପର୍ଯ୍ୟଟକ ଯୋଗାଯୋଗ ସଂସ୍ଥା ଗୁଡିକରେ ଦେଖିବାକୁ ମିଳୁଛି । ଶହ ଶହ ଗାଡି ଦୀର୍ଘ ଦିନରୁ ରାସ୍ତା କଡରେ ହିଁ ପଡି ରହିଛି । ନା ଗ୍ରାହକ ଆସୁଛନ୍ତି । ନା ଗାଡି ଗଡୁଛି । ଏଭଳି ଅବସ୍ଥାରେ ନିଜ ପରିବାରର ଭରଣ ପୋଷଣ ମଧ୍ୟ ସେମାନଙ୍କ ପାଇଁ କାଠିକର ପାଠ ହୋଇଛି ।
ତେବେ ଜମ୍ମୁ-କାଶ୍ମୀରର ପୁଣିଥରେ ସ୍ଥିତି ସ୍ବଭାବିକ କେବେ ହେବ ସେ ନେଇ ଅନାଇ ବସିଛନ୍ତି ଲୋକେ ।