ETV Bharat / bharat

ହିମାଳୟ ପର୍ବତର 17 ହଜାର ଫୁଟ ଉଚ୍ଚ ଅତିକ୍ରମ କରି ବିଶ୍ବ ରେକର୍ଡ କଲେ 25 ଭାରତୀୟ କିନ୍ନର - ବିଶ୍ବର ସର୍ବବୃହତ ପର୍ବତ ଶୃଙ୍ଖଳା

ବିଶ୍ବର ସର୍ବବୃହତ ପର୍ବତ ଶୃଙ୍ଖଳା ହିମାଳୟ ପର୍ବତର 17 ହଜାର ଫୁଟ ଉଚ୍ଚ ଅତିକ୍ରମ କରି ବିଶ୍ବ ରେକର୍ଡ କଲେ 25 ଭାରତୀୟ କିନ୍ନର । ପଢନ୍ତୁ ଅଧିକ କିଛି ........

ବିଶ୍ବ ରେକର୍ଡ କଲେ 25 ଭାରତୀୟ କିନ୍ନର
ବିଶ୍ବ ରେକର୍ଡ କଲେ 25 ଭାରତୀୟ କିନ୍ନର
author img

By

Published : Oct 13, 2020, 9:40 PM IST

ସିମଲା: ବିଶ୍ବର ସର୍ବବୃହତ ପର୍ବତ ଶୃଙ୍ଖଳା ହିମାଳୟ ପର୍ବତର 17 ହଜାର ଫୁଟ ଉଚ୍ଚ ଅତିକ୍ରମ କରି ବିଶ୍ବ ରେକର୍ଡ କଲେ 25 ଭାରତୀୟ କିନ୍ନର । ଏହି ରେକର୍ଡ କରିବାରେ ସେମାନେ ହେଉଛନ୍ତି ବିଶ୍ବର ସର୍ବପ୍ରଥମ କିନ୍ନର ଟିମ । ଏହି ଟିମର ସଦସ୍ୟମାନେ ଗତ 6 ତାରିଖରେ ମାଉଣ୍ଟ ଫ୍ରେଣ୍ଡସିପ ଶୃଙ୍ଗରୁ ନିଜ ଆରୋହଣ ଅଭିଯାନ ଆରମ୍ଭ କରି ଗତ 11 ତାରିଖରେ ନିଜ ଲକ୍ଷ ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିଥିଲେ । ନିଜଲକ୍ଷ ସ୍ଥଳରେ ପହଞ୍ଚିବା ପରେ ସେଠାରେ ସେମାନେ ତ୍ରିରଙ୍ଗା ଉଡାଇଛନ୍ତି । ଆରିୟନ ପଶା ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ନେତୃତ୍ବରେ ଏହି ଦଳ ନିଜ ଅଭିଯାନ ଆରମ୍ଭ କରିଥିଲା ।

ଏଥିରେ ଅଶଂ ଗ୍ରହଣ କରିଥିବା କିନ୍ନର ପର୍ବତାରୋହୀମାନେ ଛତିଶଗଡ, ମଧ୍ୟପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଚଣ୍ଡିଗଡରୁ ହୋଇଥିବା ଜଣାପଡିଛି । ଏହି ଆରୋହଣକାରୀ ଦଳ ଏହି ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାବେଳେ ଅଟଳବିହାରୀ ମାଉଣ୍ଟନେଇଂ ଇନଷ୍ଟିଂଚ୍ୟୁଟ ସହ ଯୋଗାଯୋଗ କରିଥିଲେ । ଏହା ଫଳରେ ସଂସ୍ଥାନ ପକ୍ଷରୁ ସେମାନଙ୍କୁ ପର୍ବତାରୋହଣ ନିମିତ୍ତ କିଛି ସ୍ବତନ୍ତ୍ର ତଥା ଜରୁରୀ ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଇଥିଲା ବୋଲି ସଂସ୍ଥାର ନିର୍ଦ୍ଦେଶକ ନିରଜ ରାଣା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.