ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କୁ ଟ୍ରାଇର ଝଟକା । ଟେଲିକମ ରେଗୁଲେଟର ପକ୍ଷରୁ ଭାରତୀ ଏୟାରଟେଲ ପ୍ଲାଟିନମ୍ ଏବଂ ଭୋଡାଫୋନ୍-ଆଇଡିଆ RedX ପ୍ରିମିୟମ ଯୋଜନାକୁ ବନ୍ଦ କରିଦିଆଯାଇଛି । ଏହି ଉଭୟ କମ୍ପାନୀର ଏହି ପ୍ଲାନ ଗୁଡିକ ଉପଭୋକ୍ତାମାନଙ୍କୁ ଶୀଘ୍ର ଡାଟା ସ୍ପିଡ ଏବଂ ପ୍ରାଥମିକ ସେବା ପ୍ରଦାନ କରୁଥିଲା । ଯାହାକୁ ଟ୍ରାଇ ପକ୍ଷରୁ ଏବେ ଏହି ସେବାକୁ ଅବରୋଧ କରାଯାଇଛି ।
ଅର୍ଥାତ୍, ଏହି ପ୍ଲାନ ଗୁଡିକରେ ରିଚାର୍ଜ କରୁଥିବା ୟୁଜର୍ସ ବା ଉପଭୋକ୍ତାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉନ୍ନତମାନର ସୁବିଧା ଦିଆଯାଉଥିଲା । ଯାହାକୁ ଟ୍ରାଇ ପକ୍ଷରୁ ବିରୋଧ କରାଯାଇ ବନ୍ଦ କରାଯାଇଛି । ଏହାସହ ଟ୍ରାଇ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ପ୍ଲାନ ଅନ୍ୟ ୟୁଜର୍ସଙ୍କ ସେବା ଉପରେ ପ୍ରଭାବ ପକାଇପାରେ । ଯାହାକୁ ଦୃଷ୍ଟିରେ ରଖି ଟ୍ରାଇ ଏହି ନିଷ୍ପତି ନେଇଛି ।
ଅନ୍ୟପଟେ ଭୋଡାଫୋନ, ଆଇଡିଆ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ)ର ଏହି ନିଷ୍ପତି ଉପରେ ଆପତ୍ତି ଉଠାଇଛନ୍ତି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହଠାତ୍ ଟେଲିକମ ଅପରେଟର ପ୍ଲାନ ବନ୍ଦ କରିବା ଉପରେ ଆମେ ଆଶ୍ଚର୍ଯ୍ୟ ଲାଗୁଛି । ସେମାନଙ୍କୁ ସପ୍ତାହ ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏହାସହ ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପକ୍ଷରୁ ଟ୍ରାଇକୁ ଜବାବ ଦେବାକୁ ମଧ୍ୟ ସମୟ ମିଳିଲା ନାହିଁ । ଯାହାର ସିଧାସଳଖ କହିବା କଥା ଯେ, କୌଣସି ବି ପ୍ରିମିୟମ ସର୍ଭିସ ଦେଉଥିବା ପ୍ଲାନର ସୁବିଧା ୟୁଜର୍ସଙ୍କୁ ମିଳିବ ନାହିଁ ।
ଟ୍ରାଇ ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭୋଡାଫୋନ୍-ଆଇଡିଆରେ ଯୋଗାଇ ଦିଆଯାଉଥିବା ସେବା ସାଧାରଣ ଲୋକଙ୍କ ଅପେକ୍ଷା ଧନୀ ଶ୍ରେଣୀର ୟୁଜର୍ସଙ୍କ ପାଇଁ ଅଧିକ ସୁବିଧା ପ୍ରଦାନ କରୁଥିଲା ।