ETV Bharat / bharat

ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ: ଟ୍ରାଫିକ୍ ପୋଲିସ ଜାରି କଲା ଆଡଭାଇଜରି

author img

By

Published : Feb 25, 2020, 10:13 AM IST

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଟ୍ରାଫିକ ଆଡଭାଇଜରି ଜାରି କରିଛି ଦିଲ୍ଲୀ ଟ୍ରାଫିକ ପୋଲିସ । ଦେଖନ୍ତୁ କଣ ରହିଛି ଲୋକଙ୍କ ପାଇଁ ପରାମର୍ଶ...

traffic in delhi due to protection of donald trump
ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ: ଟ୍ରାଫିକ୍ ପୋଲିସ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ମଙ୍ଗଳବାର ହେଉଛି ଦ୍ବିତୀୟ ଦିନ । ଆଜି(ମଙ୍ଗଳବାର) ଟ୍ରମ୍ପ ସକାଳ 11.30 ମିନିଟ୍‌ରେ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସ ଯିବେ । ସେଠାରେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ସାଧାରଣ ଲୋକେ ସମସ୍ୟାରେ ପଡି ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଗତ ସୋମବାର ସନ୍ଧ୍ୟା ଠୁ 25 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଗୁରୁଗାଁଓ ରୋଡ୍, ଚାଣକ୍ୟପୁରୀ, ଏସପି ମାର୍ଗ ଓ ରାମ ମନୋହର ଲୋହିଆ ହସ୍ପିଟାଲର ଆଖପାଖ ଅଞ୍ଚଳରେ ବିଶେଷ ଭାବେ ସମସ୍ୟା ଦେଖାଦେବ । ଏହାକୁ ଦୃଷ୍ଟିରେ ରଖି ମୋଟର ଚାଳକ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ଅପିଲ୍ କରିଛି ଦିଲ୍ଲୀ ଟ୍ରାଫିକ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.