ଭୋପାଲ: ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । କୌଣସି ରାଗରୁଷା ରଖି ନୁହେଁ ଖୁସିରେ ଏପରି ପରସ୍ପରକୁ ପଥର ଫିଙ୍ଗୁଛନ୍ତି ଲୋକେ । ଏ ହେଉଛି ମଧ୍ୟପ୍ରଦେଶର ବିଚିତ୍ର ପରମ୍ପରା । 'ଗୋଟମାର ମେଳା' ବା ପଥର ଫିଙ୍ଗା ଉତ୍ସବ । ଲୋକମାନେ ପାଣି ଭିତରେ ପରସ୍ପରକୁ ପଥର ଫିଙ୍ଗି ପାଳିଥାନ୍ତି ଏହି ପର୍ବ ।
ସୂଚନାନୁଯାୟୀ, ଗତକାଲି( ଶନିବାର) ଅନୁଷ୍ଠିତ ପାରମ୍ପରିକ 'ଗୋଟମାର ମେଳା'ରେ ଖୁସିରେ ପରସ୍ପରକୁ ପଥର ଫିଙ୍ଗୁଥିବା ବେଳେ 168 ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପନ୍ଧୁର୍ନା ଓ ସାୱର ଗାଁ ରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପ୍ରଥମେ ଗୋଟିଏ ସ୍ଥାନରେ ଛୋଟ ବଡ ପଥର ଏକତ୍ରିତ କରିଥାନ୍ତି । ପରେ ଦିନ ତମାମ ଲୋକେ ପାଣି ଭିତରେ ପସି ପରସ୍ପରକୁ ପଥର ଫିଙ୍ଗିଥାନ୍ତି ।